Author: Sarasinee Subudhi

ଗୋଟିଏ ପଟେ ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ବିଳମ୍ବିତ ହେବାରେ ଲାଗିଥିବା ବେଳେ ବିଜେପିର ରାଜ୍ୟ ସଂଗଠନ ପୁନର୍ବିନ୍ୟାସ ଏବଂ ନିଗମ ଓ ବୋର୍ଡ ନିଯୁକ୍ତିରେ ମଧ୍ୟ ବିଳମ୍ବ ଘଟିପାରେ। ନିକଟରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏନେଇ ସୂଚନା ଦେଇ କହିଥିଲେ ଯେ , ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପରେ ଓଡ଼ିଶା ଟିମ୍‌ ଘୋଷଣା ହେବ। ଏହା ଦଳର ସାମ୍ୱିଧାନିକ ବ୍ୟବସ୍ଥା ଅଟେ। ତେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ କେବେ ସରିବ, ସେନେଇ କୌଣସି ତାରିଖ ଧାର୍ଯ୍ୟ ହୋଇନାହିଁ। ସେହିଭଳି ନିଗମ ଓ ବୋର୍ଡ ନେଇ ଆମେ ବସି ନିଷ୍ପତ୍ତି ନେବୁ ବୋଲି ମନମୋହନ ଗଣମାଧ୍ୟମକୁ କହିଥିଲେ। ସୂଚନାଯୋଗ୍ୟ ଯେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ଗତ କିଛି ମାସ ଧରି ଚର୍ଚ୍ଚା ଆଲୋଚନା ଜାରି ରହିଥିଲେ ମଧ୍ୟ ଏହା ସାକାର ହୋଇପାରୁ ନାହିଁ। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ…

Read More