Author: Sarasinee Subudhi

ଏକଦା ୟଙ୍ଗ ଇଣ୍ଡିଆ ବା ୟଙ୍ଗିସ୍ତାନ ଭାବେ ପରିଚିତ ହେଉଥିବା ଭାରତ ଏବେ ବୁଢ଼ା ହେବାରେ ଲାଗିଛି। ଦେଶର ଜନସଂଖ୍ୟାର ହାରାହାରି ୧୦%ଙ୍କ ବୟସ ୬୦ ବର୍ଷ ଅତିକ୍ରମ କରିଛି। ରେଜିଷ୍ଟ୍ରାର ଜେନେରାଲ ଅଫ୍‌ ଇଣ୍ଡିଆ (ଆରଜିଆଇ)ଙ୍କ ନମୁନା ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି ଏବଂ ଦେଶରେ ୧୪ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ସଂଖ୍ୟା ଉଲ୍ଲେଖନୀୟ ଭାବରେ ହ୍ରାସ ଘଟିଥିବା ରିପୋର୍ଟରେ କୁହାଯାଇଛି । ରିପୋର୍ଟ ଅନୁସାରେ ସମ୍ପ୍ରତି ପ୍ରତି ଦଶ ଜଣ ଭାରତୀୟଙ୍କ ମଧ୍ୟରୁ ପ୍ରାୟ ଜଣେ ଏବେ ୬୦ ବର୍ଷରୁ ଅଧିକ ବୟସର ଓ ୬.୪% ଲୋକଙ୍କ ବୟସ ୬୫ ବର୍ଷରୁ ଅଧିକ। ୨୦୧୧ ଜନଗଣନା ସମୟରେ ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କ ସଂଖ୍ୟା ୮.୬% ରହିଥିବା ବେଳେ ଏବେ ତାହା ୯.୭% ଅତିକ୍ରମ କରିଛି। ଲୋକଙ୍କର ଜୀବନକାଳ ବୃଦ୍ଧି ଓ ପ୍ରଜନନ କ୍ଷମତା ହ୍ରାସ ଭାରତକୁ ଏକ ବୃଦ୍ଧ ଦେଶରେ ପରିଣତ କରିବ ବୋଲି…

Read More