Author: Sarasinee Subudhi

ଲୁଚକାଳି ଖେଳୁଛନ୍ତି ମୁଖ୍ୟମନ୍ତ୍ରୀ ହେବାକୁ ଆଶା କରି ବିଫଳ ହୋଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଭୁବନେଶ୍ୱର, ଦିଲ୍ଲୀ ପରେ ଏ କାହାଣୀର ଆଉ ଏକ ଅଧ୍ୟାୟ ସମ୍ବଲପୁରରେ ଦେଖିବାକୁ ମିଳିଛି। ସେ ପୁଣି ନୂଆ ଖାଇ ଭେଟଘାଟ ସମୟରେ। ସମ୍ବଲପୁରର ସାଂସଦ ଧର୍ମେନ୍ଦ୍ରଙ୍କୁ ଏହି ଦିନ ସମସ୍ତେ ଆଶା କରୁଥିଲେ କିନ୍ତୁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ହୋଇପାରିଥିଲେ ମଧ୍ୟ ତାଙ୍କର ଦେଖା ନ ଥିଲା। କେହି କେହି କହୁଛନ୍ତି ବିଧାୟକ ଜୟ ନାରାୟଣ ଏହି ସଭାକୁ ତାଙ୍କୁ ନିମନ୍ତ୍ରଣ କରିନଥିଲେ। ଯଦି ତାହା ସତ ହୋଇଥାଏ ତେବେ ଏହା ସାଂଘାତିକ ଅସନ୍ତୋଷର ଆଉ ଏକ ବିନ୍ଦୁ ଯୋଡ଼ିବ। ଏହିକ୍ରମରେ ଆଜି ଅପରାହ୍ନରେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ନୂଆଦିଲ୍ଲୀ ବାସଭବନରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ପ୍ରଭାରୀ ବିଜୟପାଲ ସିଂହ ତୋମର ଉପରାଷ୍ଟ୍ରପତି ନିର୍ବାଚନ ନେଇ ଦଳର ସମସ୍ତ ସାଂସଦମାନଙ୍କୁ ଭେଟିଥିଲେ। କିନ୍ତୁ ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଦର୍ମେନ୍ଦ୍ର…

Read More