Author: Sarasinee Subudhi

ଆମକୁ ପିଲା ବେଳୁ କୁହାଯାଏ ଯେ, ସବୁବେଳେ ରାସ୍ତାର ବାମ ପାର୍ଶ୍ୱରେ ଚାଲିବ। କିନ୍ତୁ ଆମେରିକାରେ ପିଲାଙ୍କୁ ଠିକ ଏହାର ଓଲଟା ଶିଖାଯାଏ। ସେଠାରେ ପିଲାଙ୍କୁ ଡାହାଣ ପଟେ ଚାଲିବାକୁ କୁହାଯାଏ। କେବଳ ଆମେରିକା ନୁହେଁ ଆହୁରି କିଛି ଦେଶରେ ମଧ୍ୟ ରାସ୍ତାର ଡାହାଣ ପଟେ ଚାଲିବା ନିୟମ ରହିଛି। ତେବେ ଏଭଳି ଫରକ କଣ ପାଇଁ ? ଆଉ ରାସ୍ତାର କେଉଁ ପାର୍ଶ୍ୱରେ ଚାଲିବା ବା ଡ୍ରାଇଭ୍ କରିବା ଅଧିକ ସୁରକ୍ଷିତ ଆସନ୍ତୁ ଜାଣିବା। ଦୁନିଆର କିଛି ଦେଶରେ ଗାଡ଼ିଗୁଡ଼ିକ ବାମ ପାର୍ଶ୍ୱରେ ଚାଲେ, ଆଉ କିଛି ଦେଶରେ ଡାହାଣ ପାର୍ଶ୍ୱରେ। ପ୍ରକୃତରେ, ଏହା ପଛରେ ଇତିହାସ ସହ ଜଡ଼ିତ କାରଣ ଓ ସଡ଼କ ସୁରକ୍ଷାର ଗୁରୁତ୍ୱପୂର୍ଣ୍ଣ ଦିଗ ରହିଛି, ଯେଉଁଥିରେ ଡାହାଣ ପାର୍ଶ୍ୱ ଡ୍ରାଇଭିଂକୁ ଅଧିକ ସୁରକ୍ଷିତ ବୋଲି ବିବେଚନା କରାଯାଏ। ବାମ ଓ ଡାହାଣ ପାର୍ଶ୍ୱ ଡ୍ରାଇଭିଂ ନିୟମ: ଆପଣ ନିଶ୍ଚିତ ଭାବେ କାର କିମ୍ବା ପବ୍ଲିକ…

Read More