Author: Sarasinee Subudhi

ଧୀରେ ଧୀରେ ଖୋଲୁଛି ନବୀନଙ୍କ ଅନ୍ୟାୟର ଅନ୍ଧାର ପେଡି। ଆଖି ଥାଇ ମଧ୍ୟ ହିତାହିତ ଜ୍ଞାନ ଭୁଲିଥିଲେ ନବୀନ। ଧୃତରାଷ୍ଟ୍ର ଯେପରି ପୁତ୍ର ପ୍ରେମରେ ଅନ୍ଧ ହୋଇ କୌରବ ବଂଶ ଧ୍ୱଂସ କରିଥିଲେ ଏବେ ନବୀନ ସେପରି କରିବାକୁ ଯାଉଛନ୍ତି। ଏ କଥା ଆମେ କହୁନୁ ତାଙ୍କ ଦଳର ନେତା ନେତ୍ରୀ କହିଲେଣି। କିଛିଦିନ ତଳେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ଏବଂ ବିଧାୟକ ଅରୁଣ ସାହୁଙ୍କ ବିଦ୍ରୋହ ବାଣୀ ନିଶ୍ଚୟ ଜାଣିଥିବେ ଆପଣମାନେ। ହେଲେ ଏବେ ଶ୍ରୀମୟୀ ମିଶ୍ର ବିଜେଡିର ପୁରା ଗୁମର ମହାଭାରତ କାହାଣୀରେ ଜଣେଇ ଦେଇଛନ୍ତି। ନବୀନ କିପରି ପାଣ୍ଡିଆନ ଆଉ ମନ୍ମଥଙ୍କ ପ୍ରେମରେ ତାଙ୍କ ଅପମାନକୁ ବାଏଁ ବାଏଁ ଉଡ଼େଇ ଦେଇଛନ୍ତି ସେଇ କଥାକୁ ମହଭାରତ ସହ ଯୋଡ଼ି ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି। ଶ୍ରୀମୟୀ ତାଙ୍କ ସୋସିଆଲ ମିଡିଆରେ ଲେଖିଛନ୍ତି; ଧୃତରାଷ୍ଟ୍ର, ହସ୍ତିନାପୁରର ରାଜା ଭାବେ, ଦ୍ରୌପଦୀଙ୍କ ଅପମାନ ହେଉଥିବା ସଭାରେ ଅଧ୍ୟକ୍ଷତା କରୁଥିଲେ।…

Read More