Author: Sarasinee Subudhi

ନେପାଳରେ ଘଟିଥିବା ସରକାର ବିରୋଧୀ ହିଂସା ବର୍ତ୍ତମାନ ଭାରତୀୟ ଉପମହାଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଜନତାଙ୍କ ଆକ୍ରୋଶରେ ଅତିଷ୍ଠ ହୋଇ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲି ଇସ୍ତଫା ଦେଇଥିବାବେଳେ ବିକ୍ଷୋଭକାରୀମାନେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ଆକ୍ରମଣ କରିବା ସହ ପାର୍ଲାମେଣ୍ଟ, ସୁପ୍ରିମକୋର୍ଟରେ ନିଆଁ ଲଗାଇ ଦେଇଛନ୍ତି। ସେମାନଙ୍କ ଆକ୍ରମଣରେ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ଗୁରୁତର ଆହତ ହୋଇଥିବାବେଳେ ଅନ୍ୟ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ ପୋଡି ମାରି ଦିଆଯାଇଛି। ବିଗତ କିିଛି ବର୍ଷ ମଧ୍ୟରେ ଶ୍ରୀଲଙ୍କାଠାରୁ ଆରମ୍ଭ କରି ନେପାଳ ପର୍ଯ୍ୟନ୍ତ, ଭାରତର ଏକାଧିକ ପଡୋଶୀ ରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଦେଖିବାକୁ ମିଳିଛି। ୨୦୨୨ରେ ଦେଶର ବିପର୍ଯ୍ୟସ୍ତ ଅର୍ଥନୀତିକୁ ନେଇ ଶ୍ରୀଲଙ୍କାରେ ବିକ୍ଷୋଭ ପ୍ରଦର୍ଶିତ ହୋଇଥିଲା। ଖାଦ୍ୟଶସ୍ୟ, ଔଷଧପତ୍ର, ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସର ବ୍ୟାପକ ଅଭାବ ସାଙ୍ଗକୁ ଅତ୍ୟଧିକ ମୂଲ୍ୟବୃଦ୍ଧି ଶ୍ରୀଲଙ୍କା ନାଗରିକଙ୍କ ଜୀବନଶୈଳୀକୁ ନର୍କରେ ପରିଣତ କରିଥିଲା। ଫଳରେ ସେମାନେ ରାଜରାସ୍ତାକୁ ଓହ୍ଲାଇ ଆସି ତତ୍କାଳୀନ ରାଷ୍ଟ୍ରପତି ଗୋତବାୟା ରାଜପକ୍ଷେଙ୍କ ବିରୋଧରେ…

Read More