Author: Sarasinee Subudhi

ନେପାଳରେ ଚାଲିଥିବା ସରକାର ବିରୋଧୀ ଜେନ୍‌ ଜି ବିକ୍ଷୋଭର ନେତୃତ୍ବ ନେଉଛନ୍ତି ସୁଦାନ ଗୁରୁଙ୍ଗ। ଗୁରୁଙ୍ଗ ହେଉଛନ୍ତି ‘ହାମି ନେପାଳ’ ନାମକ ଏକ ଏନିଜିଓର ପ୍ରତିଷ୍ଠାତା ଓ ସଭାପତି। ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସେପ୍ଟେମ୍ବର ୮ରେ ଗୁରୁଙ୍ଗ ଇନଷ୍ଟାଗ୍ରାମ ମାଧ୍ୟମରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଭିଡିଓରେ କିପରି ବିକ୍ଷୋଭ କରାଯିବ ତା’ହା ସେ ଦେଖାଇଥିଲେ। ଏନଜିଓ ଖୋଲିବା ପୂର୍ବରୁ ଗୁରୁଙ୍ଗ ଏକ ଇଭେଣ୍ଟ ମ୍ୟା‌େ‌ନଜମେଣ୍ଟରେ କାମ କରୁଥିଲେ। ଅନ୍ୟପଟେ ନେପାଳର ଜେନ୍‌ ଜି ବିକ୍ଷୋଭକାରୀମାନେ ସରକାରଙ୍କ ବରଖାସ୍ତ ଦାବି କରିଥିବାବେଳେ ନୂଆ ଅନ୍ତରୀଣ ସରକାର ଗଠନ ପାଇଁ ବିଚାରବିମର୍ଶ ଚାଲିଛି। ନୂଆ ପ୍ରଧାନମନ୍ତ୍ରୀ ପଦ ଲାଗି ବିକ୍ଷୋଭକାରୀଙ୍କ ପ୍ରଥମ ପସନ୍ଦର ପ୍ରାର୍ଥୀ ହୋଇଛନ୍ତି କାଠମାଣ୍ଡୁ ମେୟର ବାଲେନ ଶାହା। ବାଲେନ ବିକ୍ଷୋଭକାରୀଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି। ବାଲେନ ନିଜ ଫେସବୁକ୍ ପୋଷ୍ଟରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଇସ୍ତଫା ଦେଇସାରିଛନ୍ତି। ତେଣୁ ଆଉ…

Read More