Author: Sarasinee Subudhi

ବିଜେଡି ସଭାପତି ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଥିବାବେଳେ ଓଡ଼ିଶାର ଦଳୀୟ ରାଜନୀତିରେ ବଡ଼ଧରଣର ହଲ୍‌ଚଲ୍‌ ଦେଖିବାକୁ ମିଳିଛି। ଦକ୍ଷିଣ ଓଡ଼ିଶାରେ ଦଳକୁ ବଡ଼ ଝଟ୍‌କା ଲାଗିଛି। ପ୍ରଭାବଶାଳୀ ନେତା ତଥା ପୂର୍ବତନ ସାଂସଦ ଏନ୍‌. ଭାସ୍କର ରାଓ ଓ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକାଙ୍କ ସମେତ ବହୁ ଆଗଧାଡ଼ିର ନେତା ବିଜେଡିରୁ ଇସ୍ତଫା ଦେଇଛନ୍ତି। ଦୀର୍ଘଦିନ ଧରି ସେମାନେ ଦଳରେ ଅସନ୍ତୁଷ୍ଟ ଥିବାବେଳେ ରାୟଗଡ଼ା ଜିଲା ସଭାପତି ନିଯୁକ୍ତି ପରେ ଏହା ବିସ୍ଫୋରକ ରୂପ ନେଇଥିଲା। ଶେଷରେ ଭାସ୍କର, ହିମିରିକାଙ୍କ ସମେତ ବହୁ ନେତା ବିଜେଡି ଛାଡ଼ିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଲା- ଏହି ନେତାମାନେ ଅନ୍ୟ କୌଣସି ଦଳକୁ ଯିବେନି। ‘ବିଜୁ ସ୍ବାଭିମାନ ମଞ୍ଚ’ ବ୍ୟାନରରେ ନିଜର ଜନସେବା ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଯାହାର ଆବାହକ ରହିଛନ୍ତି ଭାସ୍କର। ବିଜେଡିରେ ବଢ଼ୁଥିବା ଗୋଷ୍ଠୀକନ୍ଦଳ ମଧ୍ୟରେ ଭାସ୍କରଙ୍କ ‘ବିଜୁ ସ୍ବାଭିମାନ ମଞ୍ଚ’ ଦଳର ଅନ୍ୟ ଅସନ୍ତୁଷ୍ଟ ନେତାଙ୍କ ପାଇଁ ଏକ…

Read More