Author: TRUPTIMAYEE SAHOO

ବୁଧବାର ବିଳମ୍ବିତ ରାତିରେ ଭୁବନେଶ୍ୱର ଭରତପୁର ଅଞ୍ଚଳର କଳିଙ୍ଗ ଷ୍ଟୁଡିଓ ସ୍କୋୟାର ନିକଟରେ ଥିବା ତାରିଣୀ ମାର୍କେଟରେ ହଠାତ ହୁ ହୁ ହୋଇ ଜଳିଥିଲା ନିଆଁ | ଏକ ବଡ଼ ଭୟାବହ ଅଗ୍ନିକାଣ୍ଡ ପାଇଁ ଜଳିଯାଇଥିଲା ୧୦ରୁ ଅଧିକ ଦୋକାନ ଓ ଆଖପାଖ ଏକାଧିକ ଦୋକାନକୁ ମଧ୍ୟ ହୋଇଥିଲା ବ୍ୟାପକ କ୍ଷତି ଯାହା ସ୍ଥାନୀୟ ଅଞ୍ଚଳରେ ମଧ୍ୟ ନିଅଁ ଧରିବାର ଆତଙ୍କ ସୃଷ୍ଟି କରିଥିଲା। ପ୍ରାଥମିକ ରିପୋର୍ଟ ଅନୁଯାୟୀ, ରାତି ୧୨:୦୦ ରୁ ୧୨:୩୦ ମଧ୍ୟରେ ଅଗ୍ନିକାଣ୍ଡ ଘଟିଥିଲା | ଯାହା ଦ୍ରୁତ ଗତିରେ ବଜାର ଅଞ୍ଚଳରେ ବ୍ୟାପି ଯାଇଥିଲା । ଅଗ୍ନିକାଣ୍ଡରେ ୧୫ ରୁ ଅଧିକ ଦୋକାନ ପୋଡ଼ି ଯାଇଥିଲା, ଯାହା ଫଳରେ ବହୁ ସମ୍ପତ୍ତି ନଷ୍ଟ ହୋଇଥିଲା। ଖବର ପାଇ ଅଗ୍ନିଶମ ସେବା କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ଆରମ୍ଭ କରିଦେଇଥିଲେ। ଅକ୍ଲାନ୍ତ ଚେଷ୍ଟା ପରେ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ନିୟନ୍ତ୍ରଣ କରିବାରେ ସଫଳ…

Read More