Author: TRUPTIMAYEE SAHOO

ଯୁଧ୍ୟ ଭିତ୍ତିକ ଜରୁରୀ ପରିବହନ ଅଟକିବା ନେଇ ମଝିରେ ଫସିଛନ୍ତି ଖାଉଟି | ଧୀରେ ଧୀରେ ଦେଶ ମଧ୍ୟରେ ଦେଖିବାକୁ ମିଳିଛି ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଉପଲବ୍ଧି କ୍ଷୀଣତା | ତେଣୁ ସରକାର ସିଲିଣ୍ଡର ବୁକିଂ ଏବଂ ଡେଲିଭରି ନିୟନ୍ତ୍ରଣ ପାଇଁ ଏଲପିଜି ଯୋଗୁଁ ହଇରାଣ ହେଉଥିବା ଗ୍ରାହକଙ୍କ ଲାଗି କରିଛନ୍ତି ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତିତ ନିୟମକୁ କାର୍ଯ୍ୟକାରୀ | ଗୁରୁବାର, କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ସଂସଦରେ କହିଛନ୍ତି ଯେ, ଏବେଠାରୁ, ଗ୍ରାମାଞ୍ଚଳରେ ଏଲପିଜି ସିଲିଣ୍ଡର କେବଳ ୪୫ଦିନ ପରେ ହିଁ ବୁକ୍ କରାଯାଇପାରିବ। ଏହା ସହିତ, ଏକକାଳୀନ କୋଡ୍ (OTP) ବିନା ସିଲିଣ୍ଡର ଡେଲିଭରି ସମ୍ବନ୍ଧୀୟ ନିୟମ ଏବଂ ବାଣିଜ୍ୟିକ ଏଲପିଜି ସମ୍ବନ୍ଧୀୟ ନିୟମଗୁଡ଼ିକୁ ମଧ୍ୟ ସଂଶୋଧନ କରାଯାଇଛି। ସହରରେ ୨୫ଦିନ ପରେ ବୁକିଂ, ଗାଁରେ ୪୫ଦିନ ପରେ ବୁକିଂ କେନ୍ଦ୍ର ମନ୍ତ୍ରୀ ବ୍ୟାଖ୍ୟା କରିଛନ୍ତି ଯେ, ରୋଷେଇ ଗ୍ୟାସର ଚାହିଦାରେ ସନ୍ତୁଳନ…

Read More