Author: TRUPTIMAYEE SAHOO

ଓଡ଼ିଶା ରାଜନୀତିରେ ରାଜ୍ୟସଭା ନିର୍ବାଚନକୁ ନେଇ ପାରଦ ଏବେ ଶୀର୍ଷରେ। ବିଶେଷ କରି କଂଗ୍ରେସ ଶିବିରରେ ମୋହନା ବିଧାୟକ ଦାଶରଥୀ ଗମାଙ୍ଗଙ୍କ ‘ରହସ୍ୟମୟ’ ଆଭିମୁଖ୍ୟ ଦଳର ନିଦ ହଜାଇ ଦେଇଛି। ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ସମର୍ଥନ କରିବା ପାଇଁ କଂଗ୍ରେସ ହାଇକମାଣ୍ଡ ଓ ରାଜ୍ୟ ନେତୃତ୍ୱ ନେଇଥିବା ନିଷ୍ପତ୍ତିକୁ ଦାଶରଥୀ ଖୋଲାଖୋଲି ଚ୍ୟାଲେଞ୍ଜ କରିବା ସହ ଏହାକୁ କଂଗ୍ରେସ-ବିଜେଡିର ଏକ ଅପବିତ୍ର ‘ମଧୁଚନ୍ଦ୍ରିକା’ ବୋଲି ଅଭିହିତ କରିଛନ୍ତି। ଦଳୀୟ ଶୃଙ୍ଖଳା କମିଟି ପକ୍ଷରୁ ଜାରି ହୋଇଥିବା ସୋ-କଜ୍ ନୋଟିସର ଜବାବ ରଖି ସେ ଯେଉଁ କଡ଼ା ମନୋଭାବ ଦେଖାଇଛନ୍ତି, ତାହା କଂଗ୍ରେସର ଅଡୁଆ ବଢ଼ାଇବା ସହ ନିର୍ବାଚନ ଫଳାଫଳ ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏକପାଖିଆ ନିଷ୍ପତ୍ତି ଓ ବିଧାୟକଙ୍କ ଅସନ୍ତୋଷ ବିଧାୟକ ଦାଶରଥୀ ଗମାଙ୍ଗଙ୍କ ଅଭିଯୋଗ ହେଉଛି ଯେ, ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ କିମ୍ବା ସମର୍ଥନ ବେଳେ ବିଧାୟକ ଦଳ ବୈଠକରେ କୌଣସି ଆଲୋଚନା…

Read More