Author: TRUPTIMAYEE SAHOO

କୁହାଯାଏ ଯଦି ତୁମର ଦୃଢ଼ ସଂକଳ୍ପ ଅଛି, ତେବେ ତୁମେ ଦୁନିଆକୁ ବଦଳାଇ ପାରିବ । ଆଜି ଠିକ ସେହିପରି ପ୍ରେରଣା ସାଜି ଆମ ସାମ୍ନାରେ ଠିଆ ହୋଇଛନ୍ତି ରାଜ୍ୟର ଏହି ଆଦିବାସୀ ସମ୍ପ୍ରଦାୟର ଝିଅ ମାନେ | ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ସିମିଳିପାଳ ବ୍ୟାଘ୍ର ସଂରକ୍ଷଣ ନିକଟରେ ଅବସ୍ଥିତ ଭଲଗାଡ଼ିଆ ଗାଁ | ଏହି ଆଦିବାସୀ ଝିଅମାନଙ୍କର ରଗବି ଖେଳିବା ପ୍ରତି ଆଗ୍ରହ ଯୋଗୁଁ ବର୍ତ୍ତମାନ ଏମାନେ ସାରା ବିଶ୍ୱରେ ଚର୍ଚ୍ଚିତ । ବାଲ୍ୟବିବାହ ଏବଂ ସୀମିତ ସମ୍ବଳ ଭଳି କଷ୍ଟ ମଧ୍ୟରେ ଏହି ଝିଅମାନେ ସେମାନଙ୍କର ଭାଗ୍ୟ ପୁନଃଲିଖନ ଏବଂ ସେମାନଙ୍କ ଅଞ୍ଚଳକୁ ଏକ ସମ୍ପୂର୍ଣ୍ଣ ନୂତନ ପରିଚୟ ଦେବା ପାଇଁ ଏହି ଖେଳକୁ ନେଇ ନିଜ ଭବିଷ୍ୟତ ଗଢିବାରେ ଲାଗି ପଡିଛନ୍ତି | ଭଲଗାଡ଼ିଆର ସାଧାରଣ ଖେଳ ପଡ଼ିଆରେ, ୨୧ବର୍ଷୀୟ ଆରତୀ ମୁର୍ମୁ ପ୍ରାୟ ୨୦ଜଣ ଝିଅଙ୍କ ଏକ ଦଳକୁ ନେତୃତ୍ୱ ଦେଉଥିବା ଦେଖିବାକୁ ମିଳିଛି ।…

Read More