Author: TRUPTIMAYEE SAHOO

ଓଡ଼ିଶାର ଘରେ ଘରେ ନିଜର ସ୍ୱତନ୍ତ୍ର ପରିଚୟ ଗଢ଼ି ନେଇଥିବା ଅଗ୍ରଣୀ ମନୋରଞ୍ଜନ ଚ୍ୟାନେଲ୍ ‘ଜୀ-ସାର୍ଥକ’ ପୁନର୍ବାର ଦର୍ଶକମାନଙ୍କ ପାଇଁ ନେଇଆସୁଛି ଏକ ଅଲୋଡ଼ନ ସୃଷ୍ଟି କରିବା ଯୋଗ୍ୟ ଭେଟି। ସମାଜମୁଖୀ ବିଷୟବସ୍ତୁ, ଭାବପ୍ରବଣ କାହାଣୀ ଓ ଶକ୍ତିଶାଳୀ ପାତ୍ରଚିତ୍ରଣ ପାଇଁ ପରିଚିତ ଏହି ଚ୍ୟାନେଲ୍ ଏଥର ଦର୍ଶକଙ୍କ ଆଗରେ ଆଣୁଛି ଏକ ବିଶେଷ ପ୍ରସ୍ତୁତି — ଚଳଚ୍ଚିତ୍ର ‘ଦୁର୍ଗା’। ଆସନ୍ତା ମାର୍ଚ୍ଚ ୨୨ ତାରିଖ, ରବିବାର ଦିନ, ଏହି ଚଳଚ୍ଚିତ୍ରଟିର ମହା ଡବଲ୍ ପ୍ରିମିୟର୍ ହେବାକୁ ଯାଉଛି, ଯାହା ଦର୍ଶକମାନଙ୍କ ମଧ୍ୟରେ ଆଗରୁ ହିଁ ବ୍ୟାପକ ଉତ୍ସୁକତା ସୃଷ୍ଟି କରିଛି। ଏହି ଡବଲ୍ ପ୍ରିମିୟର୍ ଧାରଣାଟି ଦର୍ଶକଙ୍କ ସୁବିଧାକୁ ମନେ ରଖି ପ୍ରସ୍ତୁତ କରାଯାଇଛି। ଦିନ ୨ଟାରେ ପ୍ରଥମ ପ୍ରସାରଣ ଓ ସନ୍ଧ୍ୟା ୬:୩୦ରେ ପୁଣିଥରେ ଦ୍ୱିତୀୟ ପ୍ରସାରଣ ହେବ। ଏହା ଦ୍ୱାରା ଯେଉଁ ଦର୍ଶକମାନେ ପ୍ରଥମ ଥର ଦେଖିପାରିବେ ନାହିଁ, ସେମାନେ ଦ୍ୱିତୀୟ ସମୟରେ ଏହି ଅସାଧାରଣ କାହାଣୀକୁ…

Read More