Author: TRUPTIMAYEE SAHOO

ଯୌନ ଶୋଷଣ, ଠକେଇ ଏବଂ ଧମକ ଦେବାର ଅନେକ ଅଭିଯୋଗ ପରେ ନାସିକ୍ ପୋଲିସ ଜଣେ ଆତ୍ମଘୋଷିତ ଧର୍ମଗୁରୁ ଅଶୋକ ଖରାଟଙ୍କୁ ଗିରଫ କରିଛି । ସେ ଧାର୍ମିକ ଗୁରୁ ହେବ ପୂର୍ବରୁ ଜଣେ ରିଟାଏର୍ଡ ନ୍ୟାଭି ଅଫିସର ଥିବା ଜଣାପଡିଛି | ତେବେ ଏକ ମହିଳା ତାଙ୍କ ନାଁରେ ବଳାତ୍କାର କରିବା ଅଭିଯୋଗ ପରେ କ୍ରାଇମ ବ୍ରାଞ୍ଚ ଏଭଳି ପଦକ୍ଷେପ ନେଇଛି | ମହିଳା ଜଣଙ୍କ ଅଭିଯୋଗରେ କହିଛନ୍ତି ଯେ , ବାବା ଜଣଙ୍କ ତାଙ୍କୁ କିଛି ଜରୁରୀ ସମୟରେ ପୂଜା ପାଠ କରିବାକୁ କହି ଏକାନ୍ତରେ ଡକାନ୍ତି | ଏହା ସହ ଅସଦାଚରଣ କରି ଏହାକୁ ପୂଜା ପ୍ରକ୍ରିୟା ବୋଲି କହି ଏହାର ବିରୋଧ କରିବାକୁ ମନା କରନ୍ତି|’ ଅଭିଯୁକ୍ତ ଜଣଙ୍କ ନିଜ ବ୍ୟକ୍ତିଗତ ଲାଭ ପାଇଁ ଭକ୍ତମାନଙ୍କ ବିଶ୍ୱାସକୁ ବ୍ୟବହାର କରି ଆଧ୍ୟାତ୍ମିକ ଆରୋଗ୍ୟ ଏବଂ ସମୃଦ୍ଧିର ପ୍ରତିଶ୍ରୁତି ଦେଇ ଭକ୍ତମାନଙ୍କୁ ପ୍ରଲୋଭିତ କରିଥିବା ଅଭିଯୋଗ ହୋଇଛି…

Read More