Author: TRUPTIMAYEE SAHOO

ପୁଣି ଦେଶକୁ ମିଳିଛି ଆଶ୍ୱସ୍ତି । ଆଉ ଦୁଇଟି ଭାରତୀୟ ଏଲପିଜି ଜାହାଜ ସଫଳତା ପୂର୍ବକ ପାର କରିଛନ୍ତି ହର୍ମୁଜ୍ ପ୍ରଣାଳୀ । ଏହି ଦୁଇଟି ଜାହାଜ ୬୦ ଜଣ ଭାରତୀୟ ନାବିକ କ୍ରୁଙ୍କୁ ସହ ୨୬ ରୁ ୨୮ ମାର୍ଚ୍ଚ ମଧ୍ୟରେ ଭାରତରେ ପହଞ୍ଚିବାର ରହିଛି କାର୍ଯ୍ୟକ୍ରମ । ଦୁଇଟି ଅତିରିକ୍ତ ଭାରତୀୟ ଏଲପିଜି ଟ୍ୟାଙ୍କର୍ ,’ଜଗ ବସନ୍ତ’ ଏବଂ ‘ପାଇନ୍ ଗ୍ୟାସ୍’ ହର୍ମୁଜ୍ ପ୍ରଣାଳୀ ପାର କରିଛନ୍ତି । ଏହି ୯୨,୬୧୨.୫୯ ମେଟ୍ରିକ୍ ଟନ୍ ଏଲପିଜି ଲୋଡ୍ ହୋଇଥିବା ଜଣାପଡିଛି । ତେବେ ଏହି ଦୁଇ ଜାହାଜ ଏବେ ସୁରକ୍ଷିତ ହର୍ମୁଜ୍ ପ୍ରଣାଳୀ ପାର କରି ବର୍ତ୍ତମାନ ସିଧାସଳଖ ଭାରତ ଅଭିମୁଖେ ଯାତ୍ରା କରୁଛନ୍ତି। ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ମଙ୍ଗଳବାର ଏହି ସୂଚନା ଗଣମାଧ୍ୟମକୁ ପ୍ରଦାନ କରିଛି। ହର୍ମୁଜ୍ ରୁ ଆସୁଥିବା ଦୁଇଟି ଟ୍ୟାଙ୍କର୍ ରେ ୬୦ ଜଣ ଭାରତୀୟ ନାବିକ ଭାରତ ସରକାରଙ୍କ…

Read More