Author: TRUPTIMAYEE SAHOO

ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଘମାଘୋଟ ଯୁଦ୍ଧ ଏବେ କେବଳ ଟିଭି ପରଦା କିମ୍ବା ଖବରକାଗଜ ପୃଷ୍ଠାରେ ସୀମିତ ହୋଇ ରହିନାହିଁ। ଏହି ଆନ୍ତର୍ଜାତୀୟ ତିକ୍ତତାର ସିଧାସଳଖ ପ୍ରଭାବ ଏବେ ଆମ ଘରର ରୋଷେଇ ଶାଳ ପର୍ଯ୍ୟନ୍ତ ଆସି ପହଞ୍ଚିଗଲାଣି। ଆପଣମାନେ ନିଶ୍ଚୟ ଲକ୍ଷ୍ୟ କରିଥିବେ ବା ଅନୁଭବ କରିଥିବେ ଯେ ଗତ କିଛି ଦିନ ହେବ ବଜାରରେ ଏଲପିଜି (LPG) ବା ରୋଷେଇ ଗ୍ୟାସ୍ ସିଲିଣ୍ଡରକୁ ନେଇ ଏକ ପ୍ରକାର ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଗ୍ୟାସ୍ ଏଜେନ୍ସି ଗୁଡ଼ିକ ଆଗରେ ଲୋକଙ୍କର ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି ଏବଂ ସିଲିଣ୍ଡର ନମିଳିବାର ଆଶଙ୍କା ଲୋକଙ୍କୁ ଆତଙ୍କିତ କରିଦେଇଛି। ଏହି ଗ୍ୟାସ୍ ସଙ୍କଟର ମୁକାବିଲା କରିବା ପାଇଁ ଏବେ ଲୋକେ ଏକ ବିକଳ୍ପ ବାଛିଛନ୍ତି- ତାହା ହେଉଛି ‘ଇଣ୍ଡକ୍ସନ୍ କୁକ୍‌ଟପ୍’ (Induction Cooktop) ବା ଇଲେକ୍ଟ୍ରିକ୍ ଚୁଲ୍ଲା। ବଜାରରେ ଏବେ ଇଣ୍ଡକ୍ସନ୍ ଚୁଲ୍ଲା…

Read More