Author: TRUPTIMAYEE SAHOO

ବିଶ୍ୱ ରାଜନୀତିର ରଙ୍ଗମଞ୍ଚରେ ପଶ୍ଚିମ ଏସିଆ ପୁଣି ଥରେ ଅଶାନ୍ତ । ଗତ ମାସ ୨୮ ତାରିଖରୁ ଇରାନ୍ ଉପରେ ଇସ୍ରାଏଲ୍ ଓ ଆମେରିକାର ମିଳିତ ସାମରିକ ଅଭିଯାନ ପରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ତାହା କେବଳ ସେହି ଅଞ୍ଚଳରେ ସୀମିତ ନାହିଁ। ପ୍ରାୟ ୨୪ ଦିନର ଗଭୀର ନୀରବତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାର୍ଲାମେଣ୍ଟର ଉଭୟ ଗୃହରେ ଦେଶବାସୀଙ୍କୁ ସମ୍ବୋଧିତ କରି ଏହି ସଙ୍କଟର ଗମ୍ଭୀରତା ବିଷୟରେ ସତର୍କ କରାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ସ୍ପଷ୍ଟ ,ଏହା ଏକ ଜାତୀୟ ସଙ୍କଟ ଏବଂ ଏହାର ମୁକାବିଲା ପାଇଁ ‘କୋଭିଡ୍‌’ ସମୟ ଭଳି ଏକତା ଓ ସହଯୋଗ ଜରୁରୀ। ୧. ଶକ୍ତି ସଙ୍କଟ ଓ ହର୍ମୁଜ୍ ପ୍ରଣାଳୀର ଗୁରୁତ୍ୱ ପଶ୍ଚିମ ଏସିଆର ଏହି ଯୁଦ୍ଧ ବିଶ୍ୱ ଅର୍ଥନୀତିକୁ ଦୋହଲାଇ ଦେଇଛି। ବିଶେଷ କରି ଶକ୍ତି ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆମେରିକା ଓ ଇସ୍ରାଏଲ୍‌ର ମିଳିତ…

Read More