Author: TRUPTIMAYEE SAHOO

ଆହ୍ଲାବାଦ ହାଇକୋର୍ଟ ଦେଇଛନ୍ତି ଏକ ଐତିହାସିକ ମତ । ଯଦି ଜଣେ ପ୍ରାପ୍ତବୟସ୍କ ମହିଳାଙ୍କ ସହ ସହମତିରେ ଲିଭ୍-ଇନ୍ ସମ୍ପର୍କରେ ଥିବା ଜଣେ ବିବାହିତ ପୁରୁଷଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଏ ତେବେ ତାହା ଗ୍ରହଣୀୟ ହେବ ନାହିଁ । ଏହା ଗିରଫଦାରୀ ଭୟକୁ ଖାରଜ କରିବା ସହ ଧମକର ସମ୍ମୁଖୀନ ହେଉଥିବା ଦମ୍ପତିଙ୍କ ପାଇଁ ପୋଲିସ ସୁରକ୍ଷାର ନିର୍ଦ୍ଦେଶ ଦେଇଛି। ତେବେ ଉତ୍ତର ପ୍ରଦେଶର ଶାହଜାହାନପୁରର ଏକ ଲିଭ୍-ଇନ୍ ଦମ୍ପତିଙ୍କ ଦ୍ୱାରା ଦାୟର ଏକ ଫୌଜଦାରୀ ରିପୋଟ୍ ଆବେଦନର ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତିରେ ଦେଇଛନ୍ତି । ସେ କହିଛନ୍ତି ଯେ ଜଣେ ବିବାହିତ ପୁରୁଷଙ୍କୁ ଜଣେ ପ୍ରାପ୍ତବୟସ୍କ ମହିଳାଙ୍କ ସହିତ ସହମତିରେ ଲିଭ୍-ଇନ୍ ସମ୍ପର୍କରେ ଅଂଶଗ୍ରହଣ କରିବା ପାଇଁ ମାମଲା ରୁଜୁ କରାଯାଇପାରିବ ନାହିଁ । ଏହି ଦମ୍ପତି ସେମାନଙ୍କ ବିରୁଦ୍ଧରେ ମହିଳାଙ୍କ ମାଆଙ୍କ ଦ୍ୱାରା ଦାୟର କରାଯାଇଥିବା ଏକ ପୋଲିସ ମାମଲାକୁ…

Read More