Author: TRUPTIMAYEE SAHOO

ଆଇପିଏଲ୍ ୨୦୨୬ର ରୋମାଞ୍ଚ ଆରମ୍ଭ ହେବା ପୂର୍ବରୁ ହିଁ ପାଞ୍ଚଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସ (CSK) ପାଇଁ ଏକ ବଡ଼ ଦୁଃସମ୍ବାଦ ସାମ୍ନାକୁ ଆସିଛି। ଦଳର ମେରୁଦଣ୍ଡ ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆହତ ହୋଇ ଦଳରୁ ବାଦ୍ ପଡ଼ିଛନ୍ତି। ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ସେ କୌଣସି ମ୍ୟାଚ୍ ଖେଳିପାରିବେ ନାହିଁ ବୋଲି ଫ୍ରାଞ୍ଚାଇଜ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଗୁରୁତର ଆହତ ସମସ୍ୟା: ପ୍ରଥମ ୪ଟି ମ୍ୟାଚ୍‌ରୁ ବାଦ୍ ସୂଚନା ଅନୁଯାୟୀ, ଧୋନିଙ୍କ ଗୋଡ଼ ପେଣ୍ଡା (Calf Muscle) ରେ ଗଭୀର ଆହତ ସମସ୍ୟା ଦେଖାଦେଇଛି। ୪୪ ବର୍ଷୀୟ ଏହି କିମ୍ବଦନ୍ତୀ ଖେଳାଳିଙ୍କ ପାଇଁ ଏହି ଆହତ ସମସ୍ୟା ଅତ୍ୟନ୍ତ ଗୁରୁତର ହୋଇଥିବାରୁ ଡାକ୍ତରୀ ଦଳ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଫଳରେ ଚେନ୍ନାଇର ପ୍ରାରମ୍ଭିକ ଅଭିଯାନରେ ଧୋନିଙ୍କୁ ଦେଖିବାକୁ ମିଳିବ ନାହିଁ। ଧୋନି ଖେଳିବାକୁ ଥିବା ମ୍ୟାଚ୍ ସୂଚୀ: ମାର୍ଚ୍ଚ ୩୦: ବନାମ…

Read More