Author: TRUPTIMAYEE SAHOO

ବଢିଚାଲିଛି ମଧ୍ୟପ୍ରାଚ୍ୟ ଉତ୍ତେଜନା ସହ ରାଷ୍ଟ୍ର ଶକ୍ତି ସଙ୍କଟ । ଏନେଇ ହର୍ମୁଜ୍ ପ୍ରଣାଳୀରେ ଫସି ରହିଛି ବିଭିର୍ଣ୍ଣ ଦେଶର ଜାହାଜ । ତେବେ ବର୍ତ୍ତମାନ ଭାରତକୁ ୩୪ଦିନର ଅନିଶ୍ଚିତତା ସହ୍ୟ କରିବା ପରେ ମିଳିଛି ପୁଣି ଆଶ୍ୱସ୍ତି । ଭାରତୀୟ ଏଲପିଜି ବୋଝେଇ ଦୁଇ ଜାହାଜ ସହ ଦେଶାଭିମୁଖୀ ହୋଇଛନ୍ତି କର୍ମଚାରୀ । ଏଲପିଜି ବାହକ ‘ବିଡବ୍ଲୁ ଇଏଲଏମ’ର ମୁଖ୍ୟ ଅଧିକାରୀ ଭାବରେ କାର୍ଯ୍ୟ କରୁଥିବା ଓଡିଆ ସାମୁଦ୍ରିକ ଅଧିକାରୀ ଅଶୋକ କୁମାର ଦୀକ୍ଷିତ ରବିବାର ଏନେଇ ସୂଚନା ଦେଇଛନ୍ତି। ଯୁଦ୍ଧ ଭଳି ପରିସ୍ଥିତି ବୃଦ୍ଧି ପାଇବା ଯୋଗୁଁ ସମୁଦ୍ର ମଧ୍ୟରେ ଫସି ରହିଥିବା ଦୁଇଟି କଣ୍ଟେନର ଜାହାଜ ସଫଳତାର ସହ ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ହରମୁଜ୍ ପ୍ରଣାଳୀ ପାର କରି ଭାରତୀୟ ନୌସେନା ସହ ସୁରକ୍ଷିତ ଭାବରେ ଆଗକୁ ବଢ଼ୁଛନ୍ତି। ଜାହାଜରେ ଥିବା ଲୋକଙ୍କ ମଧ୍ୟରେ ଓଡିଆ ସାମୁଦ୍ରିକ ଅଧିକାରୀ ଅଶୋକ କୁମାର ଦୀକ୍ଷିତ ମଧ୍ୟ ଅଛନ୍ତି। ଏହି…

Read More