Author: TRUPTIMAYEE SAHOO

ଓଡ଼ିଶା ଦିବସର ଶୁଭେଚ୍ଛା ଜଣାଇବା ସହ ଆଜି ଏକ ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଆମେ ଆପଣଙ୍କ ପାଖକୁ ଆସିଛୁ। ଓଡ଼ିଶାର ବରପୁତ୍ର, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ। ଯାହାଙ୍କ ନାମ ଶୁଣିଲେ ପ୍ରତିଟି ଓଡ଼ିଆର ଛାତି ଗର୍ବରେ କୁଣ୍ଡେମୋଟ ହୋଇଯାଏ। କିନ୍ତୁ ଦୁର୍ଭାଗ୍ୟର କଥା, ଏହି ମହାନାୟକଙ୍କୁ ନେଇ ଏବେ ରାଜନୈତିକ କାଦୁଅ ଫିଙ୍ଗାଫିଙ୍ଗି ଚାଲିଛି। ଭାରତୀୟ ଜନତା ପାର୍ଟିର ଜଣେ ସାଂସଦ ବିଜୁ ବାବୁଙ୍କୁ ‘ସିଆଇଏ ଏଜେଣ୍ଟ’ ଭାବେ ଚିତ୍ରିତ କରିବା ପରେ ଓଡ଼ିଶା ରାଜନୀତିରେ ନିଆଁ ଲାଗିଛି। କିନ୍ତୁ ପ୍ରକୃତ ପ୍ରଶ୍ନ ହେଉଛି— ଏଥିପାଇଁ ଦାୟୀ କିଏ? ବିଜେପି ନା ବିଜୁ ବାବୁଙ୍କ ନାଁରେ ଶାସନ କରୁଥିବା ବିଜେଡି? ବିଜେପି ସାଂସଦ ଡ. ନିଶିକାନ୍ତ ଦୁବେଙ୍କ ଏକ ବିବାଦୀୟ ଟ୍ୱିଟ୍ ଏବେ ସାରା ଓଡ଼ିଶାକୁ ବ୍ୟଥିତ କରିଛି। ସେ ନିଜ ଟ୍ୱିଟ୍‌ରେ ବିଜୁ ବାବୁଙ୍କୁ ଜଣେ ଗୁପ୍ତଚର ଭାବେ କୁଆଡ଼େ ଦର୍ଶାଇବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ବିଶ୍ଲେଷଣ…

Read More