Author: Anasuya Das

farmers: ସ୍ଥାନୀୟ କୃଷିରେ ଉନ୍ନତି ଆଣିବା ଲକ୍ଷ୍ୟରେ ନାବାର୍ଡ ଓ ବିଶ୍ୱବ୍ୟାଙ୍କ ସହାୟତାରେ ଓଡ଼ିଶା ସରକାର ୧୪ ଜଣ କୃଷକଙ୍କୁ ୮ ଦିନିଆ ଉନ୍ନତ ଚାଷ ପ୍ରଣାଳୀର ଅଧ୍ୟୟନ ପାଇଁ ମାଲେସିଆ ପଠାଉଛନ୍ତି। ଆମ କୃଷିରେ ଆସିବ ଉନ୍ନତି। ସେଥିପାଇଁ ବ୍ୟବହାର ହେବ ମାଲେସିଆର କୃଷି କୌଶଳ। ଉନ୍ନତ କୃଷି କୌଶଳ ଅଧ୍ୟୟନ ପାଇଁ ଓଡ଼ିଶା ସରକାରଙ୍କ ଏକ ଅଗ୍ରଣୀ ପଦକ୍ଷେପରେ ୧୪ ଜଣ ଚାଷୀଙ୍କ ଏକ ପ୍ରତିନିଧି ଦଳ ମାଲେସିଆ ଗସ୍ତ କରିବେ। ଜାତୀୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ (ନାବାର୍ଡ) ଏବଂ ବିଶ୍ୱ ବ୍ୟାଙ୍କ ର ସହାୟତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୃଷକମାନଙ୍କ ସହିତ ଥିବା ୧୪ ଜଣ କୃଷି ଅଧିକାରୀଙ୍କୁ ମଧ୍ୟ ସାମିଲ କରାଯାଇ ସମସାମୟିକ କୃଷି ସମ୍ପର୍କରେ ସୂଚନା ମିଳିବ । ମାଲେସିଆରୁ ଶିକ୍ଷା ଆଠ ଦିନିଆ ଏହି ଶିକ୍ଷାଗତ ଗସ୍ତ ସମୟରେ କୃଷକମାନେ ମାଲେସିଆରେ ଜଳବାୟୁ ସହନଶୀଳ ପଦ୍ଧତି ଏବଂ କୃଷି ଉଦ୍ୟୋଗ…

Read More