Author: TRUPTIMAYEE SAHOO

ଯଦି ଆପଣ ଗାଡ଼ି ଚଲାଉଛନ୍ତି ଏବଂ ଆପଣଙ୍କ ପାଖରେ ବୈଧ ପ୍ରଦୂଷଣ ପ୍ରମାଣପତ୍ର ବା ପିୟୁସିସି ନାହିଁ, ତେବେ ସାବଧାନ! ଏବେ ଓଡ଼ିଶାରେ ବିନା ପିୟୁସିସି ରେ ଆପଣଙ୍କ ଗାଡ଼ିରେ ତେଲ ପକାଇବା ମୁସ୍କିଲ ହୋଇପାରେ। ରାଜ୍ୟ ପରିବହନ ବିଭାଗ ପକ୍ଷରୁ ‘ନୋ ପିୟୁସିସି, ନୋ ଫ୍ୟୁଏଲ୍’ ନିୟମକୁ କଡ଼ାକଡ଼ି କରାଯାଇଛି। ସାରା ଓଡ଼ିଶାରେ ଏବେ ଜୋରଦାର ଚେକିଂ ଚାଲିଛି। ଆଜିର ଏହି ବିଶେଷ ରିପୋର୍ଟରେ ଆମେ ଜାଣିବା କ’ଣ ଏହି ନୂଆ ନିୟମ ଏବଂ ଗାଡ଼ି ଚାଳକଙ୍କୁ କେଉଁ ସବୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। କ’ଣ ଏହି ‘ନୋ ପିୟୁସିସି, ନୋ ଫ୍ୟୁଏଲ୍’ ନିୟମ? ବଢ଼ୁଥିବା ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଓଡ଼ିଶା ସରକାର ଏହି ବଡ଼ ପଦକ୍ଷେପ ନେଇଛନ୍ତି। ଏହି ନିୟମ ଅନୁସାରେ, ଯଦି ଆପଣ କୌଣସି ପେଟ୍ରୋଲ ପମ୍ପକୁ ତେଲ ପକାଇବାକୁ ଯାଉଛନ୍ତି, ତେବେ ଆପଣଙ୍କୁ ଆପଣଙ୍କ ଗାଡ଼ିର ପିୟୁସିସି ଦେଖାଇବାକୁ ପଡ଼ିବ। ଯଦି ଆପଣଙ୍କ…

Read More