Author: TRUPTIMAYEE SAHOO

ଭାରତର ଶକ୍ତି ସ୍ୱରାଜ ଅଭିଯାନରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଓଡ଼ିଶା ସମେତ ସାରା ଦେଶରେ ଏବେ ‘E20’ ପେଟ୍ରୋଲ୍‌ର ବିକ୍ରି ଆରମ୍ଭ ହୋଇଛି। ବଢ଼ୁଥିବା ପେଟ୍ରୋଲ୍ ଦର ଏବଂ ପରିବେଶ ପ୍ରଦୂଷଣ ମଧ୍ୟରେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଉଭୟ ଅର୍ଥନୈତିକ ଏବଂ ପରିବେଶ ସୁରକ୍ଷା ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ତେବେ ସାଧାରଣ ଗାଡ଼ି ଚାଳକଙ୍କ ମଧ୍ୟରେ ଏବେ ଗୋଟିଏ ବଡ଼ ପ୍ରଶ୍ନ— “ଏହି ନୂତନ ଇନ୍ଧନ ମୋ ଗାଡ଼ିର ସ୍ୱାସ୍ଥ୍ୟ ଏବଂ ମାଇଲେଜ୍ ଉପରେ କି ପ୍ରଭାବ ପକାଇବ?” E20 ପେଟ୍ରୋଲ୍: ବିଜ୍ଞାନ ଓ ବାସ୍ତବତା E20 ର ଅର୍ଥ ହେଉଛି ୨୦ ପ୍ରତିଶତ ଇଥାନଲ୍ ମିଶ୍ରିତ ପେଟ୍ରୋଲ୍। ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ E10 ବ୍ୟବହାର କରୁଥିଲା, କିନ୍ତୁ ଏବେ ଏହି ମିଶ୍ରଣ ହାରକୁ ଦୁଇଗୁଣ କରାଯାଇଛି। ଇଥାନଲ୍ ପ୍ରାଥମିକ ଭାବେ ଆଖୁ ରସ କିମ୍ବା ବଳକା ଶସ୍ୟରୁ ପ୍ରସ୍ତୁତ କରାଯାଏ, ଯାହା…

Read More