Author: TRUPTIMAYEE SAHOO

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ସାରା ରାଜ୍ୟରେ ଆରମ୍ଭ କରିଛି ଯୁକ୍ତ ଦୁଇ ପରୀକ୍ଷା ଉତ୍ତର ପତ୍ର ମୂଲ୍ୟାଙ୍କନ । ପ୍ରଥମ ପର୍ଯ୍ୟାୟରେ, ୮,୨୫୮ଶିକ୍ଷକଙ୍କ ଖାତା ଦେଖା କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ୧୫୧କେନ୍ଦ୍ରରେ ଚାଲିଛି ମୂଲ୍ୟାଙ୍କନ । ପ୍ରାରମ୍ଭିକ ଭାବେ,ପ୍ରତ୍ୟେକ ପରୀକ୍ଷକ ପାଞ୍ଚଟି ଉତ୍ତର ପତ୍ର ମୂଲ୍ୟାଙ୍କନ କରିଥିବା ସୂଚନା ଦେଇଛନ୍ତି CHSEର ଜଣେ ବରିଷ୍ଠ ଅଧିକାରୀ । ସରକାରୀ ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ମୋଟ ୩,୯୬,୫୯୨ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ମୂଲ୍ୟାଙ୍କନ ପ୍ରକ୍ରିୟା ଦୁଇଟି ପର୍ଯ୍ୟାୟରେ କରାଯିବ, ଯେଉଁଥିରେ ପ୍ରାୟ ୨୫ଲକ୍ଷ ଉତ୍ତର ପତ୍ର ଅନ୍ତର୍ଭୁକ୍ତ ହେବ ଓ ଏନେଇ ମୋଟ ୧୬,୪୯୪ଶିକ୍ଷକ ନିୟୋଜିତ ହେବା ରିପୋର୍ଟରେ କୁହାଯାଇଛି । ମୂଲ୍ୟାଙ୍କନ ଅନଲାଇନ୍ ଏବଂ ଅଫଲାଇନ୍ ଉଭୟ ମୋଡରେ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ,ଏହା ୧୩ ଏପ୍ରିଲ ପର୍ଯ୍ୟନ୍ତ ଜାରି ରହିବ, ଯେଉଁଥିରେ ୭୫ କେନ୍ଦ୍ରରେ ୩,୫୭୪ ଶିକ୍ଷକ ଅନଲାଇନ୍ ମୂଲ୍ୟାଙ୍କନ କରିବା ସହ…

Read More