Author: TRUPTIMAYEE SAHOO

ମାଉଣ୍ଟ ଏଭରେଷ୍ଟ—ବିଶ୍ୱର ସବୁଠୁ ଉଚ୍ଚ ସ୍ଥାନ, ଯେଉଁଠି ପହଞ୍ଚିବା ପାଇଁ ଜଣେ ମଣିଷ ନିଜ ଜୀବନକୁ ବାଜି ଲଗାଇଥାଏ। କିନ୍ତୁ ଏହି ସାହସିକତାର ଶିଖରରେ ଏବେ ଏକ ଅନ୍ଧକାରମୟ ଅଧ୍ୟାୟ ଉନ୍ମୋଚିତ ହୋଇଛି। ଯେଉଁଠି ମଣିଷ ପରସ୍ପରକୁ ସାହାଯ୍ୟ କରିବା କଥା, ସେଠାରେ କେବଳ ଟଙ୍କା ପାଇଁ ସୁସ୍ଥ ପର୍ବତାରୋହୀଙ୍କୁ ‘ରୋଗୀ’ ବନାଯାଉଛି। ନେପାଳର ହିମାଳୟ ଅଞ୍ଚଳରେ ପ୍ରାୟ ୨୦୦ କୋଟି ଟଙ୍କାର ଏକ ବିଶାଳ ‘ରେସକ୍ୟୁ ସ୍କାମ’ ଦୁର୍ନୀତି ଏବେ ବିଶ୍ୱବାସୀଙ୍କୁ ଚକିତ କରିଦେଇଛି। ଏହି ସ୍କାମର ମୁଖ୍ୟ ସୂତ୍ରଧର ହେଉଛନ୍ତି କିଛି ଅସାଧୁ ଟୁର୍ ଗାଇଡ୍, ହେଲିକପ୍ଟର କମ୍ପାନୀ ଏବଂ କେତେକ ବଡ଼ ବଡ଼ ହସ୍ପିଟାଲ। ଏହି ଘଟଣା ଏବେ ନେପାଳର ପର୍ଯ୍ୟଟନ ଶିଳ୍ପ ଉପରେ ଏକ କଳା ଦାଗ ପକାଇବା ସହ ଆନ୍ତର୍ଜାତୀୟ ସ୍ତରରେ ବୀମା କମ୍ପାନୀମାନଙ୍କୁ ଚିନ୍ତାରେ ପକାଇଛି। ୧. ଅକ୍ସିଜେନ୍‌ର ଅଭାବ ଓ ‘ହାଇପୋକ୍ସିଆ’ର ସୁଯୋଗ ଏଭରେଷ୍ଟର ଉଚ୍ଚତା ପ୍ରାୟ ୮୮୪୯ ମିଟର। ସମୁଦ୍ର…

Read More