Author: Anasuya Das

ଆଡ୍‌ଭାନ୍ସ ବୁକିଙ୍ଗ୍‌ରେ ଭାଙ୍ଗିଲା ରେକର୍ଡ଼  ୫୦ କୋଟି ଟପିଲା ଆୟ ଧୁମ ମଚାଇବେ ପୁଷ୍ପାରାଜ ଆଉ ମାତ୍ର ୩ ଦିନ ବାକି । ଶେଷ ହେବ ପ୍ରଶଂକଙ୍କ ଅପେକ୍ଷା । ରିଲିଜ୍‌ ହେବ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ‘ପୁଷ୍ପା-୨’ । ମାତ୍ର ବଡ ପରଦାରେ ରିଲିଜ୍‌ ପୂର୍ବରୁ ହିଁ ହଇଚଇ ସୃଷ୍ଟି କଲାଣି ପୁଷ୍ପା-୨ । ଅଲ୍ଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ପୁଷ୍ପା-୨ ଆଗୁଆ ବୁକିଂ କ୍ଷେତ୍ରରେ ବକ୍ସ ଅଫିସରେ ନିଆଁ ଲଗାଇ ଦେଇଛି। ଡିସେମ୍ବର ୫ରେ ରିଲିଜ୍‌ ହେବାକୁ ଥିବା ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଆଡ୍‌ଭାନ୍ସ ବୁକିଙ୍ଗ୍‌ ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି । ଆଡ୍‌ଭାନ୍ସ ବୁକିଙ୍ଗ ଆରମ୍ଭ ଦିନ ହିଁ ୫୦ କୋଟି ଟଙ୍କା ଆୟ କରି ସାରିଛି ଏହି ସିନେମା। ଆଡ୍‌ଭାନ୍ସ ବୁକିଙ୍ଗକୁ ଦେଖି ଦର୍ଶକ ଉତ୍ସାହ ସହଜରେ ଅନୁମାନ କରାଯାଉଛି । ସୂଚନା ଅନୁଯାୟୀ ପୁଷ୍ପା-୨ ଏପର୍ଯ୍ୟନ୍ତ ୧୦ ଲକ୍ଷ ଟିକେଟ୍ ବିକ୍ରି…

Read More