Author: TRUPTIMAYEE SAHOO

ପୁରୀ ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’ ପାଇଁ ଆସିଥିବା କୋଟି କୋଟି ଟଙ୍କାର ମୂଲ୍ୟବାନ ଖୋଣ୍ଡାଲାଇଟ୍ ପଥର ଗଲା କୁଆଡେ ? ଏହା ଭିତରେ ଅଭିଯୋଗର ଆଙ୍ଗୁଠି ଉଠିଛି ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ଉପରକୁ । ‘ପ୍ରଣବ’ ଯିଏକି ବବି ଦାସ ନାମରେ ବି ପରିଚିତ, ସେହି ପଥର ତାଙ୍କ ବାସଭବନରେ ବ୍ୟବହାର ହୋଇଥିବା ଅଭିଯୋଗ ମଧ୍ୟରେ, ତାଙ୍କ ପରିବାର ଏହି ଦାବିକୁ ଖଣ୍ଡନ କରିବାକୁ ଆଗେଇ ଆସିଛନ୍ତି । ବିବାଦର ଜବାବରେ, ଦାସଙ୍କ କାକା, ଯଜାତି କେଶରୀ ଦାସ କହିଛନ୍ତି ଯେ ଘରେ ବ୍ୟବହୃତ ପଥର ଖଣ୍ଡାଲାଇଟ୍ ପଥର ନୁହେଁ କିମ୍ବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରୁ ପ୍ରାପ୍ତ ସାମଗ୍ରୀ ନୁହେଁ । ସେ ସ୍ପଷ୍ଟ କରିଛନ୍ତି ଯେ ନିର୍ମାଣରେ ବ୍ୟବହୃତ ସମସ୍ତ ପଥର ରାଜସ୍ଥାନର ଯୋଧପୁର ଅଞ୍ଚଳରୁ କିଣାଯାଇଥିଲା । ସେ ଆହୁରି ଜୋର ଦେଇ କହିଛନ୍ତି ଯେ ଘରଟି କେବଳ ପ୍ରଣବ ପ୍ରକାଶ ଦାସଙ୍କର ନୁହେଁ ବରଂ…

Read More