Author: Anasuya Das

ଆରମ୍ଭରୁ ପ୍ରବଳ ହଟ୍ଟଗୋଳ କଂଗ୍ରେସର ଜୋରଦାର ବିରୋଧ ଲୋକସଭାରେ ଆଗତ ହୋଇଛି ଏକ ଦେଶ, ଏକ ନିର୍ବାଚନ ବିଲ୍ । କେନ୍ଦ୍ର ଆଇନ୍ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ୱାଲ ଏହି ବିଲକୁ ଲୋକସଭାରେ ଆଗତ କରିଛନ୍ତି । ତେବେ ଏହି ବିଧେୟକକୁ ସମ୍ବିଧାନର ୧୨୯ ତମ ସଂଶୋଧନ ବିଧେୟକ ବୋଲି ନାମ ଦିଆଯାଇଛି । ଖାଲି ସେତିକି ନୁହେଁ, ଏହି ବିଲକୁ ଲୋକସଭାରେ ପାସ୍ କରିବାକୁ ଯଥାସମ୍ଭବ ଚେଷ୍ଟା ଚଳାଇଛି ବିଜେପି, ଖାସ୍ ସେଥିପାଇଁ ଆଜି ବିଜେପିର ସମସ୍ତ ସାଂସଦଙ୍କ ପାଇଁ ଦଳ ହ୍ୱିପ୍ ଜାରି କରିଛି । ତେବେ ଟିଡିପି ଏହି ବିଲକୁ ସମର୍ଥନ କରିବ ବୋଲି ସଫା ସଫା କହିଦେଇଛି । ଟିଡିପି ନିଜ ଦଳର ସାଂସଦଙ୍କ ପାଇଁ ହ୍ୱିପ୍ ମଧ୍ୟ ଜାରି କରିଛି । ଅନ୍ୟପଟେ ଓ୍ୱାଇଏସଆରସିପି ଦଳର ସାଂସଦ ମଧ୍ୟ ଏହି ବିଲକୁ ତାଙ୍କ ଦଳ ସମର୍ଥନ କରିବ ବୋଲି ସୂଚନା ଦେଇଛନ୍ତି । ଓ୍ୱାଇଏସଆରସିପି…

Read More