Author: TRUPTIMAYEE SAHOO

ବର୍ତ୍ତମାନ ସାଂସଦୀୟ ମହଲରେ ଡକାଯାଇଛି ଏକ ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନ । ମହିଳା ସଂରକ୍ଷଣ ସମ୍ପର୍କରେ ଚାଲିଛି ଏକ ଜୋରଦାର ବିତର୍କ । ମହିଳା ସଂରକ୍ଷଣ ଆଇନରେ ସଂଶୋଧନ ସମ୍ପର୍କିତ ବିଲ୍ ଉପରେ ଆଲୋଚନା ଶୁକ୍ରବାର ଶେଷ ହେବାର କାର୍ଯ୍ୟକ୍ରମ ରହିଛି । ଯାହା ପରେ ଏହି ପ୍ରସଙ୍ଗରେ ଆରମ୍ଭ ହେବ ଭୋଟ୍ । ଗୋଟିଏ ପଟେ ମହିଳା ସଂରକ୍ଷଣ ବିଲ୍ ସମ୍ପର୍କରେ ମଧ୍ୟରାତ୍ରି ପର୍ଯ୍ୟନ୍ତ ସଂସଦରେ ଆଲୋଚନା ଜାରି ରହିଥିବା ବେଳେ, ଅନ୍ୟପଟେ ୨୦୨୩ ମହିଳା ସଂରକ୍ଷଣ ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଏକ ସରକାରୀ ବିଜ୍ଞପ୍ତି ଜାରି କରାଯାଇଥିଲା । ତେବେ “ପ୍ରସ୍ତାବିତ ସଂଶୋଧନ ଉପରେ ଆଲୋଚନା ଜାରି ରହିଥିବା ବେଳେ , ୨୦୨୩ ଆଇନକୁ ହଠାତ୍ କାହିଁକି କାର୍ଯ୍ୟକାରୀ କରାଗଲା?” ଏନେଇ ସଂସଦରେ ପ୍ରଶ୍ନ ଉଠାଇଛି ସଂସଦରେ ବିରୋଧୀ ଦଳ । ଗୁରୁବାର ବିଳମ୍ବିତ ରାତିରେ ଜାରି ହୋଇଥିବା ଏକ ବିଜ୍ଞପ୍ତିରେ, କେନ୍ଦ୍ର ଆଇନ ଏବଂ…

Read More