Author: TRUPTIMAYEE SAHOO

ଭାରତର ଗଣତାନ୍ତ୍ରିକ ଇତିହାସରେ ଏକ ନୂତନ ଅଧ୍ୟାୟର ସୂତ୍ରପାତ ହେବାକୁ ଯାଉଛି । ମହିଳା ସଂରକ୍ଷଣ ବିଲ୍‌କୁ ନେଇ ଦେଶରେ ଚର୍ଚ୍ଚା ଜୋର ଧରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀ ଦଳଗୁଡ଼ିକୁ ଏକ ଶାଣିତ ତଥା ଚେତାବନୀ ‘ବନ୍ଧୁତ୍ୱପୂର୍ଣ୍ଣ ପରାମର୍ଶ’ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ କହିବା କଥା ହେଲା, ଯେଉଁମାନେ ମହିଳା ସଶକ୍ତିକରଣ କିମ୍ବା ସଂରକ୍ଷଣର ବିରୋଧ କରିବେ, ସେମାନଙ୍କୁ ଆଗାମୀ ଦିନରେ ଭାରତର ସଚେତନ ମହିଳା ଭୋଟରମାନେ କେବେବି କ୍ଷମା କରିବେ ନାହିଁ । ବଦଳୁଛି ରାଜନୈତିକ ପରିବେଶ: ସଚେତନ ହେଲେଣି ନାରୀ ଶକ୍ତି ମୋଦୀ ସ୍ପଷ୍ଟ କରିଛନ୍ତି ଯେ, ସେହି ସମୟ ଚାଲିଗଲାଣି ଯେତେବେଳେ ମହିଳା ସଂରକ୍ଷଣ କେବଳ ରାଜନୈତିକ ଦଳଗୁଡ଼ିକର ବନ୍ଦ କୋଠରୀ ଭିତରେ ଆଲୋଚନାର ବିଷୟ ହୋଇ ରହୁଥିଲା । ଆଜିର ଭାରତରେ ପଞ୍ଚାୟତଠାରୁ ଆରମ୍ଭ କରି ପାର୍ଲାମେଣ୍ଟ ପର୍ଯ୍ୟନ୍ତ ମହିଳାମାନେ ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି । ବିଶେଷ କରି ପଞ୍ଚାୟତିରାଜ ଅନୁଷ୍ଠାନ…

Read More