Author: Anasuya Das

Olive Ridley:  ସେମାନେ ରାତିରେ ଏକାଠି ହୋଇ ସମୁଦ୍ର ଜଳରେ ମିଶିବା ପାଇଁ କୂଳରେ ଘୁରି ବୁଲୁଛନ୍ତି। ଭିତରକନିକା ଗହିରମଥା ସାମୁଦ୍ରିକ ଅଭୟାରଣ୍ୟର ନାସି-୧, ନାସି-୨ ଓ ଏକକୂଳନାସି ଦ୍ୱୀପରେ ଥିବା ଗର୍ତ୍ତରୁ ମଙ୍ଗଳବାର ରାତିରେ ଲକ୍ଷାଧିକ ଅଲିଭ୍ ରିଡ୍ଲେ ଶିଶୁ କଇଁଛ ବାହାରିବା ଆରମ୍ଭ କରିଛନ୍ତି। ଛୁଆ କଇଁଛମାନେ ମାଆକୁ ଖୋଜିବା ପାଇଁ ସମୁଦ୍ର ଆଡକୁ ଯାତ୍ରା ଆରମ୍ଭ କରୁଥିବା ଦେଖିବାକୁ ମିଳିଥିଲା । ଅଲିଭ୍ ରିଡ୍ଲେ କଇଁଛମାନେ ମାର୍ଚ୍ଚ ୫ରୁ ୧୦ ତାରିଖ ପର୍ଯ୍ୟନ୍ତ ଏହି ଦ୍ୱୀପରେ ପାଞ୍ଚ ଦିନ ଧରି ଚାଲିଥିବା ସାମୂହିକ ଅଣ୍ଡାଦାନ ଶେଷ କରିଥିଲେ ଏବଂ ଏହି ସମୟରେ ୬୦,୬,୯୩୩ ମାଈ କଇଁଛ ଅଣ୍ଡା ଦେଇଥିଲେ। ଗହୀରମଥା ବନଖଣ୍ଡ ଅଧିକାରୀ କପିଲ ପ୍ରଧାନଙ୍କ କହିବାନୁଯାୟୀ, ଗୋଟିଏ ମାଈ କଇଁଛ ପ୍ରାୟ ୮୦ରୁ ୧୦୦ ଅଣ୍ଡା ଦେଇ ସମୁଦ୍ରକୁ ଫେରିଆସି ଅଣ୍ଡା କିମ୍ବା ଛୁଆମାନଙ୍କର ଯତ୍ନ ନେବାକୁ ଆଉ କେବେ ଯାଇନଥାଏ। ମାଈ କଇଁଛମାନେ ବାଲି…

Read More