Author: TRUPTIMAYEE SAHOO

ପଶ୍ଚିମବଙ୍ଗ ; ଯେଉଁଠି ରାଜନୀତି କେବଳ ଭୋଟ୍ ନୁହେଁ, ବରଂ ଏକ ଆବେଗ। ତୃଣମୂଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ ଚାଲିଥିବା ଲଢ଼େଇ ପଛରେ ଏକ ବଡ଼ ଶକ୍ତି କାମ କରୁଛି । ଯାହା ହେଉଛି ଆର୍.ଏସ୍.ଏସ୍. ବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ । ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ, ଆଗାମୀ ନିର୍ବାଚନ ପୂର୍ବରୁ ଆର୍.ଏସ୍.ଏସ୍. ବଙ୍ଗଳାର କୋଣ ଅନୁକୋଣରେ ନିଜର ଜାଲ ବିଛାଇବା ଆରମ୍ଭ କରିଦେଇଛି। କୌଣସି ବଡ଼ ସଭା ନୁହେଁ, ବରଂ ଶହ ଶହ ଛୋଟ ଛୋଟ ବୈଠକ ମାଧ୍ୟମରେ ସଂଘ ଏବେ ମମତା ବାନାର୍ଜୀଙ୍କ ଗଡ଼ରେ ନିଜର ବାନା ଉଡ଼ାଇବାକୁ ପ୍ରସ୍ତୁତ ହେଉଛି। ଆର୍.ଏସ୍.ଏସ୍.ର କାମ କରିବାର ଶୈଳୀ ସବୁବେଳେ ନିଆରା। ସଂଘ ଏବେ ପଶ୍ଚିମବଙ୍ଗରେ ‘ମାଇକ୍ରୋ-ମ୍ୟାନେଜମେଣ୍ଟ’ ଉପରେ ଗୁରୁତ୍ୱ ଦେଉଛି। ରିପୋର୍ଟ ଅନୁସାରେ, ସଂଘର କାର୍ଯ୍ୟକର୍ତ୍ତାମାନେ ଗାଁ ଗାଁ ବୁଲି ଲୋକଙ୍କ ସହ ମିଶୁଛନ୍ତି। ସେଠାରେ କୌଣସି ବଡ଼ ଭାଷଣବାଜି ହେଉନାହିଁ, ବରଂ…

Read More