Author: Anasuya Das

Indus Water Treaty: ରିପୋର୍ଟ ଅନୁଯାୟୀ ସିନ୍ଧୁ ଅବବାହିକା ନଦୀ ଗୁଡ଼ିକ ପାକିସ୍ତାନର ୨୫% ଜିଡିପିକୁ ସମର୍ଥନ କରନ୍ତି ଏବଂ ଦେଶର ଖାଦ୍ୟ ନିରାପତ୍ତା ବଜାୟ ରଖିବାରେ ଏକ ଅସ୍ତିତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି । ଏପ୍ରିଲ ୨୨ ତାରିଖ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ଭୂମିକାକୁ ଦୃଷ୍ଟିରେ ରଖି ଭାରତ ୬୫ ବର୍ଷ ପୁରୁଣା ସିନ୍ଧୁ ଜଳ ଚୁକ୍ତି (ଆଇଡବ୍ଲ୍ୟୁଟି)କୁ ସ୍ଥଗିତ ରଖିଛି। ସିନ୍ଧୁ ଜଳ ଚୁକ୍ତି କ’ଣ? ଦେଶ ବିଭାଜନ ପରେ ପାକିସ୍ତାନକୁ ପ୍ରବାହିତ ହେଉଥିବା ଜଳର ନିୟନ୍ତ୍ରଣ ଭାରତ ପାଖରେ ରହିଥିଲା। ୧୯୫୪ ମସିହାରେ ବିଶ୍ୱବ୍ୟାଙ୍କ ମଧ୍ୟସ୍ଥତା ପ୍ରସ୍ତାବ ଦେଇଥିଲା। ୬ ବର୍ଷର ବୁଝାମଣା ପରେ ୧୯୬୦ ମସିହା ସେପ୍ଟେମ୍ବର ୧୯ ତାରିଖରେ ଆଇଡବ୍ଲୁଟି ସ୍ୱାକ୍ଷରିତ ହୋଇଥିଲା । ଏହି ଚୁକ୍ତି ଅନୁଯାୟୀ ପାକିସ୍ତାନକୁ ପଶ୍ଚିମ ନଦୀ ଜେଲମ, ଚେନାବ ଏବଂ ସିନ୍ଧୁର ଜଳ ଦିଆଯାଇଥିଲା ଏବଂ ଭାରତ ପୂର୍ବ ନଦୀ ସତଲୁଜ, ବ୍ୟାସ ଏବଂ ରାବିର…

Read More