Author: TRUPTIMAYEE SAHOO

ଆୟୁର୍ବେଦରେ ରସୁଣକୁ ଶରୀର ଗରମ ରଖିବାର ଅନ୍ୟତମ ମାଧ୍ୟମ ବୋଲି ବିବେଚନା କରାଯାଏ । ଏହା ଶରୀର ଭିତରେ ଉତ୍ତାପ ର ମାତ୍ରା ବଢେଇବାରେ ସାହାଯ୍ୟ କରେ । ତେବେ ଗ୍ରୀଷ୍ମ ଋତୁରେ ବାହ୍ୟ ତାପମାତ୍ରା ଅଧିକ ରହିଥାଏ । ଏପରି ପରିସ୍ଥିତିରେ ଗରମ ଖାଦ୍ୟ ଖାଇବା ଦ୍ୱାରା ପିତରସ ବଢ଼ିବା ସହିତ ଡିହାଇଡ୍ରେସନ୍ ଭଳି ସମସ୍ୟା ଦେଖା ଦେଇପାରେ । ରସୁଣ ମଧ୍ୟ ଏହି ବର୍ଗରେ ଆସିଥାଏ, କିନ୍ତୁ ଏହାର ଅର୍ଥ ନୁହେଁ ଯେ ଗ୍ରୀଷ୍ମ ସମୟରେ ରସୁଣକୁ ସମ୍ପୂର୍ଣ୍ଣ ପରିତ୍ୟାଗ କରାଯିବା ଉଚିତ୍ । ତେବେ ଖରାଦିନେ କେବେ ଏବଂ କେଉଁ ପରିମାଣରେ ରସୁଣ ଖାଇବା ଉଚିତ୍ ? ଗ୍ରୀଷ୍ମ ସମୟରେ ରସୁଣ ଖାଇବାର ୪ଟି ଲାଭ :- ୧. ହଜମ ପ୍ରକ୍ରିୟାରେ ଉନ୍ନତି ରସୁଣ ହଜମକାରୀ ଏନଜାଇମର କାର୍ଯ୍ୟଦକ୍ଷତା ବଢାଇଥାଏ, ଯାହା ଗ୍ରୀଷ୍ମ ଋତୁରେ ଅନିୟମିତ ଭୋକ କାରଣରୁ ଶରୀର ଫୁଲିବା ସମସ୍ୟାକୁ ହ୍ରାସ କରିଥାଏ ।…

Read More