Author: Anasuya Das

Pakistan: ଅନ୍ୟପକ୍ଷରେ ଇଣ୍ଡିଗୋ କଜାକିସ୍ତାନର ଆଲମାଟି ଏବଂ ଉଜବେକିସ୍ତାନର ତାସକେଣ୍ଟକୁ ମେ ୭ ତାରିଖ ପର୍ଯ୍ୟନ୍ତ ଉଡାଣ ବାତିଲ କରିଛି। ଭାରତୀୟ ବିମାନପାଇଁ ପାକିସ୍ତାନ ତା’ର ଆକାଶପଥ ବନ୍ଦ କରିଦେଇଥିବାରୁ ଏହି ବିମାନଗୁଡ଼ିକ ଉତ୍ତର ଆମେରିକା, ବ୍ରିଟେନ୍, ୟୁରୋପ ଏବଂ ମଧ୍ୟପ୍ରାଚ୍ୟରେ ଥିବା ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପାଇଁ ଲମ୍ବା ମାର୍ଗ ଅତିକ୍ରମ କରିବାକୁ ବାଧ୍ୟ ହୋଇଛନ୍ତି। ଯାତ୍ରୀମାନେ ନିଜ ବିମାନ ଭିତରେ ଅଧିକ ସମୟ ବିତାଇବାକୁ ବାଧ୍ୟ ହେବେ ଏବଂ ବିଳମ୍ବରେ ଗନ୍ତବ୍ୟସ୍ଥଳରେ ପହଞ୍ଚିବେ। ଭଡ଼ା ବୃଦ୍ଧି ହେବାର ସମ୍ଭାବନା ଅଛି କିନ୍ତୁ ଶୁକ୍ରବାର ରାତି ପର୍ଯ୍ୟନ୍ତ କୌଣସି ବିମାନ କମ୍ପାନୀ ଏ ବିଷୟରେ କିଛି ମନ୍ତବ୍ୟ ଦେଇନାହାନ୍ତି। ଅନ୍ୟପକ୍ଷରେ ଇଣ୍ଡିଗୋ କଜାକିସ୍ତାନର ଆଲମାଟି ଏବଂ ଉଜବେକିସ୍ତାନର ତାସକେଣ୍ଟକୁ ମେ ୭ ତାରିଖ ପର୍ଯ୍ୟନ୍ତ ଉଡାଣ ବାତିଲ କରିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆରବ ସାଗର ଦେଇ ବିମାନ ଚଳାଚଳ କରିବାକୁ ପଡ଼ିବ।…

Read More