Author: TRUPTIMAYEE SAHOO

ଇରାନ ସହିତ ସଂଘର୍ଷ ଆରମ୍ଭ ହେବାର ବିତିଲାଣି ଦୁଇ ମାସ । ଏହି ସମୟ ମଧ୍ୟରେ, ଭାରତ ସମେତ ବିଶ୍ୱର ଅନେକ ରାଷ୍ଟ୍ର ମଧ୍ୟ ଭୀଷଣ ଶକ୍ତି ସଙ୍କଟର ସମ୍ମୁଖୀନ ହୋଇଛନ୍ତି । ଏହି ସଙ୍କଟ ମଧ୍ୟରେ, ଭାରତ ରୁଷର ତୈଳ ଯୋଗାଣରେ ସମର୍ଥନ ପାଇଲା । ତଥାପି, ପରିସ୍ଥିତି ଏବେ ପୁଣି ଥରେ ପରିବର୍ତ୍ତନ ହେଉଥିବା ପରି ମନେ ହେଉଛି । ହର୍ମୁଜ୍ ପ୍ରଣାଳୀରେ ନିରନ୍ତର ଉତ୍ତେଜନା ଏବଂ ଯୋଗାଣ ବାଧା ନେଇ ଏପ୍ରିଲରେ ଭାରତକୁ ରୁଷରୁ ଅଶୋଧିତ ତୈଳର ଆମଦାନୀ ହ୍ରାସ ପାଇଛି । ମାର୍ଚ୍ଚରେ ଭାରତୀୟ ରିଫାଇନାରୀମାନେ ରେକର୍ଡ ପରିମାଣର ରୁଷୀୟ ତୈଳ କିଣିଥିବା ବେଳେ, ଏପ୍ରିଲରେ ପ୍ରାୟ ୨୦% ହ୍ରାସ ପାଇଛି ଆମଦାନୀ ରେକର୍ଡ । ଏପ୍ରିଲରେ, ଭାରତ ରୁଷରୁ ହାରାହାରି ୧.୫୭ ନିୟୁତ ବ୍ୟାରେଲ ପ୍ରତି ଦିନ (bpd) ଅଶୋଧିତ ତୈଳ ଆମଦାନୀ କରିଥିଲା । ମାର୍ଚ୍ଚରେ, ଏହି ସଂଖ୍ୟା ପ୍ରତିଦିନ ପ୍ରାୟ ୨…

Read More