Author: Anasuya Das

Indus water: ପାକ୍ ଆତଙ୍କବାଦୀଙ୍କ ପହଲଗାମ ଆକ୍ରମଣର ଜବାବରେ ଭାରତ ୧୯୬୦ ମସିହାର ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବା ସହ ପାକିସ୍ତାନକୁ ସିନ୍ଧୁ ନଦୀଜଳ ପ୍ରବାହକୁ ବନ୍ଦ କରିଦେଇଛି। ସିନ୍ଧୁ ନଦୀର ଜଳ ଯେପରି ନଷ୍ଟ ନ ହୁଏ କିମ୍ବା ପାକିସ୍ତାନକୁ ପ୍ରବାହିତ ନ ହୁଏ, ତାହା ଭାରତ ସୁନିଶ୍ଚିତ କରିବ ବୋଲି ଶୁକ୍ରବାର ଦିନ ସରକାର କହିଛନ୍ତି। ନଦୀର ଜଳ ପାକିସ୍ତାନରେ ପହଂଚିବାରୁ ରୋକିବା ପାଇଁ ସ୍ୱଳ୍ପକାଳୀନ, ମଧ୍ୟବର୍ତ୍ତୀ ଏବଂ ଦୀର୍ଘମିଆଦୀ ତିନୋଟି ଦିଗରେ ଯୋଜନା ଘୋଷଣା କରାଯାଇଛି । ପାକିସ୍ତାନର ଆତଙ୍କବାଦୀଙ୍କ ଦ୍ୱାରା ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତ ୧୯୬୦ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେବା ପରେ ଏହି ପଦକ୍ଷେପ ନିଆଯାଇଛି। ଜଳଶକ୍ତି ମନ୍ତ୍ରୀ ସିଆର ପାଟିଲ କହିଛନ୍ତି ଯେ ଗୋଟିଏ ବୁନ୍ଦା ପାଣି ଯେପରି ନଷ୍ଟ ନହୁଏ ସେଥିପାଇଁ ବ୍ୟବସ୍ଥା କରାଯିବ। ସୂତ୍ର ଅନୁଯାୟୀ, ଅଧିକ ଜଳ…

Read More