Author: TRUPTIMAYEE SAHOO

ତିନିବର୍ଷରୁ ମଣିପୁରରେ ଜଳୁଛି ଅଶାନ୍ତିର ନିଆଁ । ଗୋଷ୍ଟି କନ୍ଦଳ ଓ ଆତଙ୍କବାଦୀଙ୍କ ମିସାଇଲ ମାଡ଼ରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଚାଲିଥିଲା ଲଢେଇ । ତେବେ ଏହା ମଧ୍ୟରେ ନିଆଁରେ ଘିଅ ଢାଳିଛି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହ ଜଡିତ ଅଡିଓ ଲିକ୍ । ମଣିପୁରର କୁକି-ଅଧିକୃତ କାଙ୍ଗପୋକପି ଏବଂ ଚୁରାଚାନ୍ଦପୁର ଜିଲ୍ଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂହ ଏହି ଜାତିଗତ ସଂଘର୍ଷରେ ଜଡିତ ଥିବା ସନ୍ଦେହ ଧୀରେ ଧୀରେ ଲୋକଙ୍କ ଭିତରେ ଦୃଢ ହେବାରେ ଲାଗିଛି । ତେବେ ଘଟଣାଟି କିଛି ଏପରି କି ମଣିପୁରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂହଙ୍କ ସହ ଜଡିତ ଏକ ୪୮ ମିନିଟର ଅଡିଓ କ୍ଲିପ୍ ବର୍ତ୍ତମାନ ଲିକ୍ ହୋଇଛି । ଯେଉଁଥିରେ ସେ ୨୦୨୩-୨୦୨୪ ଜାତିଗତ ହିଂସାରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି । ଏହା ସହ ପ୍ରାରମ୍ଭିକ ଫୋରେନ୍ସିକ ରିପୋର୍ଟରେ କ୍ଲିପ୍ ସହିତ ହେରଫେର ହୋଇଥିବା ସୂଚାଇଥିଲେ ମଧ୍ୟ…

Read More