Author: TRUPTIMAYEE SAHOO

ଓଡ଼ିଶା ବିଧାନସଭା ଆଜି ଏକ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବାକୁ ଯାଉଛି। ମହିଳାମାନଙ୍କୁ ସଂରକ୍ଷଣ ଦେବା ପାଇଁ ଦେଶର ପ୍ରଥମ ରାଜ୍ୟ ଭାବେ ଏକ ସ୍ୱତନ୍ତ୍ର ଅଧିବେଶନ ଡାକି ଓଡ଼ିଶା ସାରା ଭାରତକୁ ଏକ ବାର୍ତ୍ତା ଦେବାକୁ ଚେଷ୍ଟା କରୁଛି। କିନ୍ତୁ ଏହି ଭବ୍ୟ ଆୟୋଜନ ଏବଂ ରାଜନୈତିକ ହଟଚମଟ ଭିତରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି— ଆମ ନେତାମାନେ ସତରେ କ’ଣ ମହିଳାଙ୍କ ପ୍ରତିନିଧିତ୍ୱ ପାଇଁ ଆନ୍ତରିକ, ନା ଏହା କେବଳ ୨୦୨୬ର ଆଗାମୀ ରାଜନୈତିକ ସମୀକରଣ ପାଇଁ ଏକ ସୁଚିନ୍ତିତ ଚାଲ୍? ଇତିହାସର ପୃଷ୍ଠା ଓଲଟାଇଲେ ଏବଂ ଗତ କିଛି ଦଶନ୍ଧିର ନିର୍ବାଚନ ପରିସଂଖ୍ୟାନକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ, ରାଜନୈତିକ ମଞ୍ଚରେ ମହିଳାଙ୍କ ପାଇଁ ସମବେଦନା ପ୍ରକାଶ କରୁଥିବା ନେତାମାନଙ୍କ ଭିତରୁ ଅଧିକାଂଶଙ୍କର “ଆଖିରେ ଲୁହ ନାହିଁ”। ଭାରତୀୟ ଗଣତନ୍ତ୍ରର ଯାତ୍ରା ୧୯୫୨ ମସିହାରୁ ଆରମ୍ଭ ହୋଇଥିଲା। ସେତେବେଳେ ଓଡ଼ିଶାରୁ ୧୬ ଜଣ ସାଂସଦ ନିର୍ବାଚିତ…

Read More