Author: TRUPTIMAYEE SAHOO

ସେମାନଙ୍କ ସାହସ ଦେଶପ୍ରେମର ଅନନ୍ୟ ଉଦାହରଣ ଭେଟେରାନ ସୈନିକମାନଙ୍କର ଦେଶ ପ୍ରତି ଅସାଧାରଣ ସେବା, ତ୍ୟାଗ, ସମର୍ପଣ ଓ ଅଦମ୍ୟ ଉତ୍ସାହ ପାଇଁ ଦେଶବାସୀଙ୍କ ହୃଦୟରେ ସେମାନଙ୍କର ସ୍ୱତନ୍ତ୍ର ସ୍ଥାନ ରହିଛି ବୋଲି ରାଜ୍ୟପାଳ ଡ଼ ହରିବାବୁ କମ୍ଭମ୍‌ପାଟି କହିଛନ୍ତି । ମଙ୍ଗଳବାର ଦିନ ଭୁବନେଶ୍ୱରସ୍ଥିତ ୧୨୦ ଇନଫାଂଟ୍ରି ବାଟାଲିଅନ ପରିସରରେ ଅନୁଷ୍ଠିତ ନବମ ସଶସ୍ତ୍ର ସେନା ଭେଟେରାନ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥିଭାବେ ଉଦ୍‌ବୋଧନ ଦେଇ ରାଜ୍ୟପାଳ ଏହି ମତବ୍ୟକ୍ତ କରିଛନ୍ତି । ଦେଶର ଅଖଣ୍ଡତା, ସାର୍ବଭୌମତ୍ୱ ଓ ସମ୍ମାନ ରକ୍ଷା କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ପାଇଁ ଭେଟେରାନ ସୈନିକମାନଙ୍କଠାରେ ଦେଶବାସୀ ଚରିକୃତଜ୍ଞ ରହିବେ ବୋଲି କହିଛନ୍ତି । ଭାରତର ପ୍ରଥମ କମାଣ୍ଡର-ଇନ୍‌-ଚିଫ୍ ଫିଲ୍ଡ ମାର୍ଶଲ କେ.ଏମ୍‌. କାରିଆପାଙ୍କ ଦେଶ ପାଇଁ ଉଲ୍ଲେଖନୀୟ ସେବାକୁ ସମ୍ମାନ ଜଣାଇ ସଶସ୍ତ୍ର ସେନା ଭେଟେରାନ ଦିବସ ପାଳନ କରାଯାଇଛି ବୋଲି ଅବତାରଣା କରି ତାଙ୍କର ନେତୃତ୍ୱ ଓ ଦୃଷ୍ଟିଭଙ୍ଗୀ ସବୁବେଳେ ସେନା…

Read More