Author: TRUPTIMAYEE SAHOO

ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୁଅ ସବୁ ସହାୟତା ଯୋଗାଇ ଦିଆଯିବ କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହ ଛତିଶଗଡ଼ର ଜଗଦଲପୁରଠାରେ ଅସ୍ତ୍ରଶସ୍ତ୍ର ଛାଡି ସମାଜର ମୁଖ୍ୟଧାରାରେ ଯୋଗ ଦେଇଥିବା ଛତିଶଗଡ଼, ମହାରାଷ୍ଟ୍ର, ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା ଏବଂ ଆସାମର ଲୋକଙ୍କୁ ଭେଟିଛନ୍ତି। ଏହି ଅବସରରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାୟ ଏବଂ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀ ଶାହ ହିଂସା ଓ ଅସ୍ତ୍ରଶସ୍ତ୍ର ତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ମାଓବାଦୀଙ୍କୁ ନିବେଦନ କରିଥିଲେ। ଆତ୍ମସମର୍ପଣ କଲେ ସରକାର ସବୁ ସହାୟତା ଯୋଗାଇ ଦେବେ ବୋଲି ସେ କହିଛନ୍ତି। ଏହି ସାକ୍ଷାତ ପରେ ନିଜର ଅଭିଭାଷଣରେ ଶ୍ରୀ ଶାହ କହିଥିଲେ ଯେ, ୨୦୧୯ରେ ଦେଶର ଯୁବକମାନେ କାଶ୍ମୀର, ଉତ୍ତର-ପୂର୍ବ ଏବଂ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଅସ୍ତ୍ରଶସ୍ତ୍ର ଧରି ନିଜର ଜୀବନ ନଷ୍ଟ କରୁଥିଲେ, ହିଂସା କରୁଥିଲେ ଏବଂ…

Read More