Author: TRUPTIMAYEE SAHOO

ଏହା ଶାନ୍ତି, ନିରପତ୍ତା, ପ୍ରଗତିର ଭିତ୍ତିଭୂମି ସ୍ଥାପନ କରିବ କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ଛତିଶଗଡ଼ର ଜଗଦଲପୁରଠାରେ ବସ୍ତର ଅଲିମ୍ପିକ୍ସର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ, ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଅମିତ ଶାହ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଐତିହାସିକ ବସ୍ତର ଅଲିମ୍ପିକ୍ସ ୨୦୨୪ ଆଜି ଶେଷ ହେବାକୁ ଯାଉଛି। ବସ୍ତର ଅଲିମ୍ପିକ୍ସ କେବଳ ଏଠାରେ ଉପସ୍ଥିତ ଥିବା ୧୫୦,୦୦୦ ପିଲାଙ୍କ ମଧ୍ୟରେ ସୀମିତ ନୁହେଁ ବରଂ ବସ୍ତରର ସମସ୍ତ ସାତଟି ଜିଲ୍ଲା ପାଇଁ ଆଶାର ପ୍ରତୀକ ହେବ ବୋଲି ସେ କହିଛନ୍ତି। ଆଗାମୀ ଦିନରେ ବସ୍ତର ଅଲିମ୍ପିକ୍ସ ବସ୍ତରର ବିକାଶର କାହାଣୀ ପାଲଟିବ ଏବଂ ନକ୍ସଲବାଦକୁ ଏକ ନିର୍ଣ୍ଣାୟକ ଝଟକା ଦେବ ବୋଲି ସେ ଉଲ୍ଲେଖ କରିଛନ୍ତି। ବସ୍ତର ଆଜି ବଦଳୁଛି,…

Read More