Author: TRUPTIMAYEE SAHOO

ଶୁକ୍ରବାର ପ୍ରୟାଗରାଜର ମହାକୁମ୍ଭ ୨୦୨୫ରେ ସ୍ନାନ କରିଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ୪୨ ଲକ୍ଷ ଟପିଥିବା ବେଳେ ମହାକୁମ୍ଭ ୨୦୨୫ରେ ଆଜି ସୁଦ୍ଧା ସମୁଦାୟ ୪୦ କୋଟି ଶ୍ରଦ୍ଧାଳୁ କରିଛନ୍ତି ପବିତ୍ର ସ୍ନାନ। ମହାକୁମ୍ଭ ଆଉ ୧୯ ଦିନ ବାକି ଥିବା ବେଳେ ସ୍ନାନକାରୀଙ୍କ ସଂଖ୍ୟା ୫୦ କୋଟି ଟପି ପାରେ ବୋଲି ଅନୁମାନ କରାଯାଉଛି। ମହାକୁମ୍ଭରେ ପ୍ରତିଫଳିତ ହେଲା ବିବିଧ ସଂସ୍କୃତି ତିନୋଟି ଅମୃତ ସ୍ନାନ (ମକର ସଂକ୍ରାନ୍ତି, ମୌନୀ ଅମାବାସ୍ୟା ଓ ବସନ୍ତ ପଞ୍ଚମୀ) ପରେ ମଧ୍ୟ ଭକ୍ତଙ୍କ ଉତ୍ସାହ କମିନାହିଁ। ପବିତ୍ର ତ୍ରିବେଣୀରେ ସ୍ନାନ କରିବା ପାଇଁ ସାରା ଭାରତ ଓ ବିଶ୍ୱରୁ ବହୁ ସଂଖ୍ୟାରେ ଲୋକ ଆସୁଛନ୍ତି । ଏଥିରେ ୧୦ ନିୟୁତ କଳ୍ପବାସୀଙ୍କ ସହ ବିଶ୍ୱର ଶ୍ରଦ୍ଧାଳୁ ଓ ସାଧୁ ମାନେ ମଧ୍ୟ ସାମିଲ ଅଛନ୍ତି । ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ମୌନୀ ଅମାବାସ୍ୟାରେ ସର୍ବାଧିକ ୮ କୋଟିରୁ ଅଧିକ ଶ୍ରଦ୍ଧାଳୁ ସ୍ନାନ କରିଥିବା ବେଳେ…

Read More