Author: TRUPTIMAYEE SAHOO

ଆସନ୍ତା ସପ୍ତାହରେ ସଂସଦରେ ଆଗତ ହେବ ୬ ଦଶନ୍ଧି ପୁରୁଣା ଆୟକର ଆଇନବଦଳରେ ନୂଆ ଆୟକର ବିଲ୍କୁ କେନ୍ଦ୍ର କ୍ୟାବିନେଟ୍ ମୋହର ମାରିଛି। ନୂଆ ବିଲରେ ପ୍ରତ୍ୟକ୍ଷ ଟିକସ ଆଇନକୁ ବୁଝିବା ସହଜ କରିବା ସହ କୌଣସି ନୂଆ ଟିକସ ବୋଝ ଲାଗୁ ନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିରେ ବ୍ୟବସ୍ଥା ଓ ସ୍ପଷ୍ଟୀକରଣ କିମ୍ବା ଲମ୍ବା ବାକ୍ୟ ରହିବ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଆୟକର ବିଲକୁ ଅନୁମୋଦନ ମିଳିଛି। ସୂତ୍ରରୁ ପ୍ରକାଶ ଯେ ନୂଆ ଆୟକର ବିଲ୍ ଆସନ୍ତା ସପ୍ତାହରେ ସଂସଦରେ ଉପସ୍ଥାପିତ ହେବ ଏବଂ ଏହାକୁ ସଂସଦର ଅର୍ଥ ସଂକ୍ରାନ୍ତ ସ୍ଥାୟୀ କମିଟିକୁ ପଠାଯିବ। ଚଳିତ ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରି ୧୩ରେ ଶେଷ ହେବ। ଏହି ଅଧିବେଶନ ପୁଣି ମାର୍ଚ୍ଚ ୧୦ତାରିଖରେ ଆରମ୍ଭ ହୋଇ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ବଜେଟରେ…

Read More