Author: Anasuya Das

pension: ଗୋବିନ୍ଦପୁର ପଂଚାୟତରୁ ଦୀର୍ଘ ଯାତ୍ରା ଓ ପୁରୁଣା ରେକର୍ଡ ଯୋଗୁଁ ୧୦୦୦ ଟଙ୍କା ପେନସନ ନେବା ପାଇଁ ୬୦୦ ଟଙ୍କା ଖର୍ଚ୍ଚ କରନ୍ତି ଓଡ଼ିଶାର ୭୦ ବର୍ଷୀୟ ବାଗି ଶବର । ଗଜପତି ଜିଲ୍ଲା ମୋହନା ବ୍ଲକ ଗୋବିନ୍ଦପୁର ପଞ୍ଚାୟତର ୭୦ ବର୍ଷୀୟ ବାଗି ଶବର ନିଜ ଜୀବନ ନିର୍ବାହ ପାଇଁ ଅତ୍ୟନ୍ତ କଷ୍ଟର ସମ୍ମୁଖୀନ ହେଉଛନ୍ତି। ପୁରୁଣା ସରକାରୀ ରେକର୍ଡ ଯୋଗୁଁ କେବଳ ୧୦୦୦ ଟଙ୍କା ପେନସନ ନେବା ପାଇଁ ୫୦୦ରୁ ୬୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି ତାଙ୍କୁ। ଯାହା ତାଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ୧୦ ବର୍ଷ ତଳେ ସ୍ୱାମୀଙ୍କ ମୃତ୍ୟୁ ପରେ ବାଗି ନିଜ ଗାଁକୁ ଫେରିଥିଲେ। କିନ୍ତୁ ସାନ୍ତ୍ୱନା ପାଇବା ପରିବର୍ତ୍ତେ ପୁଅମାନେ ତାଙ୍କୁ ଯତ୍ନ ନେବାକୁ ମନା କରି ଦେଇଥିଲେ ଏବଂ ଏକ ଜରାଜୀର୍ଣ୍ଣ ସ୍ଥାନରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଥିଲେ…

Read More