Author: TRUPTIMAYEE SAHOO

ଭାରତ ସିନ୍ଧୁ ଜଳ ଚୁକ୍ତିନାମା (IWT) ସ୍ଥଗିତ ରଖିବାର ବିତିଗଲାଣି ପ୍ରାୟ ଗୋଟିଏ ବର୍ଷ । ତଥାପି, ଆଜି ପର୍ଯ୍ୟନ୍ତ ଭାରତର ମନୋଭାବରେ କୌଣସି ପରିବର୍ତ୍ତନ ହୋଇନାହିଁ । ‘ଅପରେସନ୍ ସିନ୍ଦୁର’ର ଏକ ବର୍ଷ ପୂର୍ତ୍ତି ଅବସରରେ, ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଯେପର୍ଯ୍ୟନ୍ତ ପାକିସ୍ତାନରୁ ସୀମାପାର ଆତଙ୍କବାଦ ଜାରି ରହିଛି ସେପର୍ଯ୍ୟନ୍ତ ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ରହିବ । ଏହି ସମୟରେ, ପାକିସ୍ତାନର ଜାତୀୟ ସୁରକ୍ଷା ପରିଷଦ ସମ୍ପ୍ରତି ଏହି ବିଷୟରେ ଏକ ଚେତାବନୀ ଜାରି କରିଛି । ଏଥିରେ କୁହାଯାଇଛି ଯେ ଯଦି ସିନ୍ଧୁ ନଦୀ ପ୍ରଣାଳୀର ଜଳକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଏ, ତେବେ ଏହାକୁ ‘ଯୁଦ୍ଧ କାର୍ଯ୍ୟ’ ଭାବରେ ବିବେଚନା କରାଯିବ ; ଅର୍ଥାତ୍ ଯୁଦ୍ଧ ସମାନ ବୋଲି ଧରାଯିବ। ବର୍ତ୍ତମାନ, ଚୁକ୍ତିନାମାର ପୁନରୁଦ୍ଧାରକୁ ସୂଚିତ କରୁଥିବା କୌଣସି ଦୃଶ୍ୟମାନ ସଙ୍କେତ ନାହିଁ । ଫଳସ୍ୱରୂପ, ପାକିସ୍ତାନର ଆନ୍ଦୋଳନ ସ୍ପଷ୍ଟ ଭାବରେ ପାକିସ୍ତାନୀ ସେନା…

Read More