Author: TRUPTIMAYEE SAHOO

ଏଥିରେ ଦେଖାଯାଉଥିବା ବ୍ୟକ୍ତି ହେଉଛନ୍ତି ଜିତୁ ମୁଣ୍ଡା । ବୟସ ୫୨ ବର୍ଷ । ତାଙ୍କ ଶରୀରରେ କେବଳ ଗୋଟିଏ କପଡ଼ା । ତାଙ୍କ ବଡ଼ ଭଉଣୀ କଲରାଙ୍କ କଙ୍କାଳ କାନ୍ଧରେ । କଲରାଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୯,୪୦୦ ଟଙ୍କା ଜମା ହୋଇଥିଲା । ତାଙ୍କ ମୃତ୍ୟୁ ପରେ, ଜିତୁ ୨୭ ଏପ୍ରିଲରେ ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଯାଇଥିଲେ। ଅଭିଯୋଗ ହୋଇଛି ଯେ ବ୍ୟାଙ୍କ ମ୍ୟାନେଜର କହିଥିଲେ ତୁମ ଭଉଣୀକୁ ଆଣ, ତା’ପରେ ହିଁ ତୁମେ ଟଙ୍କା ପାଇବ । ଜିତୁ ତାଙ୍କ ଭଉଣୀର କଙ୍କାଳ କବରରୁ ବାହାର କରି ତିନି କିଲୋମିଟର ଦୂର ଥିବା ବ୍ୟାଙ୍କକୁ ଆଣିଥିଲେ । ଘଟଣାଟି ଓଡ଼ିଶାର କେଉଁଝର ଜିଲ୍ଲାର ଦିଆନାଲି ଗାଁର । ଗଣାମାଧ୍ୟମ ଯେତେବେଳେ ଜିତୁ ମୁଣ୍ଡାଙ୍କ ଘରେ ପହଞ୍ଚିଲା, ସେମାନେ ଦୁଇଟି ପ୍ରଶ୍ନ ପଚାରିଲେ… ୧. ଜିତୁଙ୍କୁ ଏପରି କାହିଁକି କରିବାକୁ ପଡିଲା? ୨. ତାଙ୍କୁ ଏହା କରିବାକୁ କିଏ ବାଧ୍ୟ…

Read More