Author: TRUPTIMAYEE SAHOO

ରାଜ୍ୟର ରାସ୍ତାଘାଟ ସମେତ ଅନ୍ୟାନ୍ୟ ସର୍ବସାଧାରଣ ସ୍ଥାନଗୁଡ଼ିକ ମହିଳାଙ୍କ ପାଇଁ ସୁରକ୍ଷିତ ନୁହେଁ। ୨୦୨୪ ମସିହାରେ ଦେଶର ବିଭିନ୍ନ ରାଜ୍ୟରେ ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ବିରୋଧରେ ହୋଇଥିବା ଯୌନ ନିର୍ଯାତନା କ୍ଷେତ୍ରରେ ଓଡ଼ିଶା ଶୀର୍ଷରେ ରହିଛି। ଓଡ଼ିଶାରେ ୫୪୯ଟି ଘଟଣା ଘଟିଥିବାବେଳେ ଆମ ପଛକୁ ଦେଶର ସର୍ବାଧିକ ଜନବହୁଳ ରାଜ୍ୟ ଉତ୍ତରପ୍ରଦେଶ ରହିଛି। ସେଠାରେ ୨୦୨୪ ମସିହାରେ ୧୯୮ଟି ଏଭଳି ଘଟଣା ବୋଲି ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ପକ୍ଷରୁ ଭାରତରେ ଅପରାଧ- ୨୦୨୪ ରିପୋର୍ଟରୁ ଏଭଳି ଉଦ୍‌ବେଗଜନକ ଚିତ୍ର ସାମନାକୁ ଆସିଛି। ପ୍ରଥମ ଥର ପାଇଁ ଏନ୍‌ସିଆର୍‌ବି ପକ୍ଷରୁ ସର୍ବସାଧାରଣ ସ୍ଥାନ/ ରାସ୍ତାରେ ଯୌନ ନିର୍ଯାତନା ନାମରେ ଏକ ପୃଥକ୍ ବର୍ଗର ରିପୋର୍ଟ ସାମିଲ କରାଯାଇଛି। ଦ୍ଵିତୀୟ ସ୍ଥାନରେ ରହିଛି ବୋଲି ଏନ୍‌ସିଆର୍‌ବି ୨୦୨୩ ମସିହା ପର୍ଯ୍ୟନ୍ତ ଏନ୍‌ସିଆର୍‌ବି ପକ୍ଷରୁ କର୍ମସ୍ଥଳୀ ବା କାର୍ଯ୍ୟାଳୟ ପରିସର, ସର୍ବସାଧାରଣ ପରିବହନ, ମହିଳା ଓ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ଆଶ୍ରୟସ୍ଥଳ ଏବଂ…

Read More