Author: TRUPTIMAYEE SAHOO

ଭାରତର ସୁରକ୍ଷା ଏବଂ କୂଟନୈତିକ ସମ୍ପର୍କ ପାଇଁ ହେଉଛି ଅତ୍ୟନ୍ତ ସମ୍ବେଦନଶୀଳ । ଭାରତ ଏବଂ ବାଂଲାଦେଶ – ଦୁଇ ପଡୋଶୀ ଦେଶ ମଧ୍ୟରେ ସମ୍ପର୍କ ସବୁବେଳେ ଭଲ ରହିଆସିଛି । କିନ୍ତୁ ବର୍ତ୍ତମାନ ଏହି ସମ୍ପର୍କରେ ଏକ ଫାଟ ଦେଖିବାକୁ ମିଳୁଛି । ବିଶେଷ କରି ‘ଅନୁପ୍ରବେଶ’ ବା ‘Illegal Infiltration’ ପ୍ରସଙ୍ଗକୁ ନେଇ ଭାରତ ପକ୍ଷରୁ ଦିଆଯାଇଥିବା ଏକାଧିକ କୂଟନୈତିକ ଚିଠି ବା ‘Diplomatic Notes’କୁ ବାଂଲାଦେଶ ଅଣଦେଖା କରୁଥିବା ଖବର ସାମ୍ନାକୁ ଆସିଛି । କାହିଁକି ହଠାତ୍ ବାଂଲାଦେଶର ଆଭିମୁଖ୍ୟ ବଦଳିଲା? କ’ଣ ଏହା ପଛରେ ଭାରତର ନିର୍ବାଚନ ଏବଂ ବିଜେପିର ସମ୍ଭାବ୍ୟ ବିଜୟର ଭୟ ରହିଛି? ନିକଟରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଭାରତ ସରକାର ବାଂଲାଦେଶ ସରକାରଙ୍କୁ ଅନେକଗୁଡିଏ କୂଟନୈତିକ ନୋଟ୍ ପଠାଇଛନ୍ତି । ଏହାର ମୁଖ୍ୟ ବିଷୟବସ୍ତୁ ହେଉଛି ସୀମା ଦେଇ ହେଉଥିବା ବେଆଇନ ଅନୁପ୍ରବେଶ । ଭାରତୀୟ ସୀମା ସୁରକ୍ଷା ବଳ (BSF)…

Read More